ରାଜ୍ୟ

ସ୍ୱାସ୍ଥ୍ୟ ସେବାରେ ଆଉପାଦେ ଆଗେଇଲା ଓଡିଶା,ଦୁର୍ଗମ ଅଂଚଳକୁ ଡ୍ରୋନ୍‌ରେ ଗଲା ଔଷଧ – Sahana Mela

[ad_1]

ରାୟଗଡା : ଅପହଞ୍ଚ ଇଲାକାକୁ ଡ୍ରୋନ୍‌ରେ ପହଁଚିଲା ଔଷଧ I ରୋଗୀସେବା କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା I ରାୟଗଡା ଜିଲ୍ଲାରେ ରୋଗୀଙ୍କୁ ଔଷଧ ପହଞ୍ଚାଇବା ପାଇଁ ଡ୍ରୋନ ସେବାର ଆରମ୍ଭ କରାଯାଇଛି। ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳକୁ ଔଷଧ ସହିତ ରୋଗୀଙ୍କର ବିଭିନ୍ନ ନମୁନା ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ ପ୍ରକଳ୍ପ ଆରମ୍ଭ ହୋଇଛି I ଜିଲ୍ଲାର ଅନୁସୂଚିତ ଜାତି/ଜନଜାତି ତଥା ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି I USAID ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି ଆଜିଠାରୁ ଜିଲ୍ଲାର ଦୁଇଟି ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ମେଡିକାଲକୁ ଔଷଧ ପଠାଯାଇଛି।

ଗତକାଲି ପ୍ରଥମେ ପ୍ରତିଷେଧକ ଟିକା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଇଛି। ରାୟଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରୁ ଜରୁରୀ ଔଷଧ ଧରି ଡ୍ରୋନ୍‌ଟି ମାତ୍ର ୪୫ ମିନିଟରେ ଗୁଡାରୀ ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲା। ପରେ ବ୍ଳକ୍ ଚେୟାରମ୍ୟାନ ଶ୍ରୀମତି ଲକ୍ଷ୍ମୀ ଶବର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତି ସରମିତା ଶବର ଗୁଡାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅରୁପାନନ୍ଦ ବେହେରା, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ଉପସ୍ଥିତରେ ଫିତା କାଟି ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା।

ଏହି ପାଇଲଟ୍ ପ୍ରକଳ୍ପ ଭାରତର ଚତୁର୍ଥ ଜିଲ୍ଲା ଓ ଓଡ଼ିଶାର ଦ୍ବିତୀୟ ଜିଲ୍ଲାରେ ଆରମ୍ଭ ହୋଇଛି। ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇସାରିଛି। ସେହିପରି ଅରୁଣାଚଳ ପ୍ରଦେଶ ଓ ମେଘାଳୟରେ ଗୋଟିଏ ଲେଖାଏଁ ଜିଲ୍ଲାରେ ମଧ୍ୟ ଏହି ଵ୍ୟଵସ୍ଥା ହୋଇଛି।

[ad_2]

Leave a Reply

Your email address will not be published. Required fields are marked *

Back to top button