ଖେଳ ଖବର

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ପାଇଁ ଟିମ୍ ଇଣ୍ଡିଆ ଅଧିନାୟକ ‘ସ୍କାଏ’ – Sahana Mela

[ad_1]

ମୁମ୍ବାଇ: ବିଶାଖାପାଟଣାରେ ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି।

ଚଳିତ ଦିନିକିଆ ବିଶ୍ବ ବିଜେତାଙ୍କ ବିପକ୍ଷ ଶୃଙ୍ଖଳାରେ ଋତୁରାଜ ଗାଏକ୍ୱାଡ୍ ଉପଅଧିନାୟକ ଦାୟିତ୍ୱ ତୁଲାଇବେ। ନିକଟରେ ବିଶ୍ୱକପ୍ ଖେଳିଥିବା ଭାରତୀୟ ଦଳରେ ମାତ୍ର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ ଓ ପ୍ରସିଧ କ୍ରିଷ୍ଣା।

ରାୟପୁର ଓ ବେଙ୍ଗାଲୁରୁରେ ଶେଷ ଦୁଇଟି ଟ୍ବେଣ୍ଟି-୨୦ ପାଇଁ ଶ୍ରେୟସ ଆୟର ଦଳରେ ସାମିଲ ହେବେ। ସେ ପହଞ୍ଚିବା ପରେ ଗାଏକ୍ୱାଡଙ୍କଠାରୁ ଉପଅଧିନାୟକ ଦାୟିତ୍ୱ ଗ୍ରହଣ କରିବେ।

ବର୍ତ୍ତମାନ ଟି-୨୦ରେ ୧ ନମ୍ବର ବ୍ୟାଟର ଭାବେ ସ୍ଥାନ ପାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଶୃଙ୍ଖଳା ପାଇଁ ଦଳର ନେତୃତ୍ୱ ନେବା ପାଇଁ ଚୟନ କରାଯାଇଛି। ଯାହା ଭାରତୀୟ ଜାତୀୟ ଦଳ ସହିତ ତାଙ୍କର ପ୍ରଥମ ଅଧିନାୟକତ୍ୱ ହେବାକୁ ଯାଉଛି। ବିଶ୍ୱକପ୍ ସମୟରେ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ କିଛି ମାସ ଯାଏଁ କ୍ରିକେଟ୍ ଖେଳିବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତୀୟ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଋତୁରାଜ ଗାଏକ୍ୱାଡ୍ (ଉପଅଧିନାୟକ), ଇଶାନ କିଷାନ, ଯଶସ୍ବୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (କିପର), ଓ୍ବାଶିଂଣ୍ଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ୍ ଦୁବେ, ରବି ବିଷୋୟୀ,
ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ୍, ମୁକେଶ କୁମାର।

[ad_2]

Leave a Reply

Your email address will not be published. Required fields are marked *

Back to top button