ଆରମ୍ଭ ହେଲା ଶୀତକାଳୀନ ବିଧାନସଭା ଅଧିବେଶନ – Sahana Mela

[ad_1]
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ଶୀତକାଳୀନ ବିଧାନସଭା ଅଧିବେଶନ I ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଚଳିତ ଅଧିବେଶନରେେ ରହିବ ମୋଟ୍ ୩୦ଟି କାର୍ଯ୍ୟଦିବସ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଶୀତ ଅଧିବେଶନ ସରଗରମ ରହିବା ସମ୍ଭାବନା ରହିଛି । ବିରୋଧୀ ବିଜେପି ଉଠାଇବ ଆଦିବାସୀ ଜମି ହଡପ ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ I ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ୱାର ଖୋଲିବା,ଆବାସ ବଣ୍ଟନରେ ଅନିୟମିତତା ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ I ସେହିପରି କଂଗ୍ରେସ ପକ୍ଷରୁ ଆଞ୍ଚଳିକ ବୈଷମ୍ୟବାଦ ଓ ପଶ୍ଚିମ ଓଡିଶା ପ୍ରତି ଅବହେଳା,ଆଇନ ଶୃଙ୍ଖଳା,ଦୁର୍ନୀତି,ଦାଦନ ସହିତ ବେକାରୀ ପ୍ରସଙ୍ଗ ଉଠାଇବ I ଅନ୍ୟପକ୍ଷରେ ଶାସକ ବିଜେଡି ବି ବିରୋଧୀଙ୍କ ସାମ୍ନା କରିବାକୁ ତୟାର୍ ରହିଛି । ଗତକାଲି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ଗତକାଲି ଶୀତ ଅଧିବେଶନ ପାଇଁ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ।
ଗତକାଲି ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିଥିଲେ ବାଚସ୍ପତି । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ବିଧାନସଭାରେ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ଉଦ୍ୟମ କରିବେ ।
[ad_2]