ଦେଶ- ବିଦେଶ

ଓଆରଓପିରେ ଅସଙ୍ଗତି ଅଭିଯୋଗ, ୧୨ ଘଣ୍ଟା ଧରି ପୂର୍ବତନ ସୈନିକଙ୍କ ପ୍ରତିବାଦ – Sahana Mela

[ad_1]

ପଟିଆଲା: ଦେଶର ପୂର୍ବତନ ସୈନିକମାନେ ‘ଏକ ପଦ ଏକ ପେନସନ’ (ଓଆରଓପି) ଯୋଜନାରେ ଅସଙ୍ଗତି ଥିବା ଅଭିଯୋଗ ଆଣି ପଞ୍ଜାବର ପଟିଆଲାସ୍ଥିତ ଶମ୍ଭୁ ରେଳ ଷ୍ଟେସନରେ ଶନିବାର ପ୍ରାୟ ୧୨ ଘଣ୍ଟା ଧରି ରେଳ ଧାରଣାରେ ପ୍ରତିବାଦ କରିଥିଲେ।

ସରକାରୀ ରେଳବାଇ ପୁଲିସ (ଜିଆରପି) ଅଧିକାରୀଙ୍କ କହିବାନୁସାରେ ଏହି ବିକ୍ଷୋଭ ଫଳରେ ଏହି ସେକ୍ସନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ପୂର୍ବତନ ସୈନିକମାନେ ଧାରଣାରୁ ଉଠିଥିଲେ।

ଏହା ପୂର୍ବରୁ କିଛି ବିକ୍ଷୋଭକାରୀ କହିଥିଲେ ଯେ ସେମାନେ ପରିବହନର ବିଭିନ୍ନ ଉପାୟରେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଶମ୍ଭୁ ସୀମା ଦେଇ ହରିୟାଣାରେ ପ୍ରବେଶ କରିବାକୁ ପୁଲିସ ସେମାନଙ୍କୁ ଅଟକାଇଥିଲା।

ଜିଆରପିର ଜଣେ ଅଧିକାରୀ କହିଛନ୍ତି ଯେ ବିକ୍ଷୋଭ ଯୋଗୁଁ ଦିଲ୍ଲୀ, ଜମ୍ମୁ ଓ ଅମୃତସର ଅଭିମୁଖେ ଯାଉଥିବା ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ଏବଂ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ସେ କହିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ପ୍ରାୟ ୨୫୦ ଜଣ ପୂର୍ବତନ ସୈନିକ ସକାଳେ ରେଳ ଷ୍ଟେସନରେ ଧାରଣାରେ ବସିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

୨୦୧୫ରେ ସରକାର ଓଆରଓପି ଯୋଜନା ଘୋଷଣା କରିଥିଲେ, ଯେଉଁଥିରେ ସମାନ ରାଙ୍କରେ ଏବଂ ସମାନ ଚାକିରୀରେ ଅବସର ନେଉଥିବା ସୈନ୍ୟଙ୍କୁ ସମାନ ପେନସନ ମିଳିବା ସୁନିଶ୍ଚିତ ହେବ ବୋଲି କୁହାଯାଇଥିଲା।

ତେବେ ଏହି ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ଓ ଏଥିରେ ଅନେକ ଅନିୟମିତତା ଥିବା ଅଭିଯୋଗ କରି ପୂର୍ବତନ ସୈନିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button