ମନୋରଞ୍ଜନ

‘କୌନ୍ ବନେଗା କରୋଡ୍ ପତି’ର ହଟ୍‌ସିଟ୍‌ରେ ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକ – Sahana Mela

[ad_1]


ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ ଶାଶ୍ୱତ ପଟ୍ଟନାୟକ ଖେଳୁଛନ୍ତି ‘କୌନ୍ ବନେଗା କରୋଡ୍ ପତି’। ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ ଆସିଲେ ନଜର। ଏହି ଖେଳ ପାଇଁ ସେ ହୋଇଛନ୍ତି ମନୋନୀତ। ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ। ଶୋ’ ସୋନି ଟିଭିରେ ଆଜି ରାତି ୯ ଟାରେ ପ୍ରସାରିତ ହୋଇଛି।

ଶାଶ୍ୱତଙ୍କ ପିତା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ତାଙ୍କ ମାଆ ଅର୍ଥନୀତିର ଅଧ୍ୟାପକ ଅଟନ୍ତି। ତାଙ୍କ ପିତାଙ୍କ ନାମ ନରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ମାତାଙ୍କ ନାମ ତୁଷାରୀ କୁମାରୀ ପଟ୍ଟନାୟକ। ଶାଶ୍ୱତ କିଛି ଦିନ ପୂର୍ବରୁ ରିଆଲିଟି ଶୋ’ରେ ଭାଗ ନେବାକୁ ଆବେଦନ କରିଥିଲେ। ଏଥିପାଇଁ କେବିସି ଟିମ କିଛି ପରୀକ୍ଷା କରିଥିଲେ ଏବଂ ସେ ସମସ୍ତ ପରୀକ୍ଷାକୁ ସଫଳତାର ସହ ଜିତିଥିଲେ। ପରେ ତାଙ୍କୁ ଟେଲିଭିଜନରେ କେବିସି ଖେଳିବାକୁ ମନୋନୀତ କରାଯାଇଥିଲା। ଲୋକପ୍ରିମ ଗେମ୍ ସୋ କେବିସି-୧୫ ୮ ରୁ ୧୫ ବର୍ଷ ମଧ୍ୟରେ ପ୍ରତିଯୋଗୀଙ୍କ ସହିତ କିଡ୍ ଜୁନିଅର୍ସ ୱିକ୍ ଖେଳ ଚାଲିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button