ମନୋରଞ୍ଜନ

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ବିନୀତ ରାଇନା – Sahana Mela

[ad_1]


ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ବିନୀତ ରାଇନା । ସେ ତାଙ୍କ ପ୍ରେମିକା ଅପେକ୍ଷାଙ୍କୁ ସବୁଦିନ ପାଇଁ ଜୀବନସାଥୀ କରିଛନ୍ତି । ବିବାହ ପରେ ଉଭୟଙ୍କର କିଛି ଫଟୋ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ବିନୀତ ୨୦୦୯ରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ବିବାହ କରିଥିଲେ । ବିବାହର ଗୋଟେ ବର୍ଷ ଉଭୟ ଖୁବ୍ ଖୁସିରେ କାଟିଥିଲେ । ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ୨ ବର୍ଷ ପରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଅପେକ୍ଷା ପେସାରେ ଜଣେ ନର୍ସ । ବିନୀତ ତାଙ୍କୁ ଦୀର୍ଘଦିନରୁ ଡେଟ୍ କରୁଥିଲେ । ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରଶଂସକ ତଥା ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button