ଦେଶ- ବିଦେଶ

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଡିସେମ୍ବର ୪ରେ ହେବ କାଉଣ୍ଟିଂ – Sahana Mela

[ad_1]


ନୂଆଦିଲ୍ଲୀ: ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା। ଏନେଇ ନିର୍ବାଚନ ଆୟୋଗ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। ମିଜୋରାମ୍ ବିଧାନସଭାର ଫଳାଫଳ ଅନ୍ୟ ଚାରୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହ ଘୋଷଣା କରାଯିବ ନାହିଁ। ମିଜୋରାମବାସୀଙ୍କ ଅନୁରୋଧ କ୍ରମେ ଏହି ତାରିଖକୁ ବଦଳା ଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ବିଭିନ୍ନ କ୍ଷେତ୍ରରୁ ଏନେଇ ଆବେଦନ ଆସିଥିଲା। କାରଣ ସେଠାରେ ରବିବାରର ବିଶେଷ ମହତ୍ତ୍ଵ ରହିଛି। ଏହାପରେ ନିର୍ବାଚନ ଆୟୋଗ ୪ଡିସେମ୍ବର ସୋମବାର ଦିନ ନିର୍ବାଚନ ଫଳାଫଳ ଘୋଷଣା କରିବାକୁ ସ୍ଥିର କରିଛନ୍ତି।

ମିଜୋରାମ ବିଧାନସଭାର ସମସ୍ତ ୪୦ଟି ଆସନ ନିମନ୍ତେ ମଙ୍ଗଳବାର ଭୋଟ ଗ୍ରହଣ କରାଯାଇଛି । ବିଧାନସଭା ନିର୍ବାଚନ ନିମନ୍ତେ ୧୭୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ଏମାନଙ୍କ ମଧ୍ୟରେ ୧୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button