ରାଜନୀତି
୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ – Sahana Mela
[ad_1]
ଭୁବନେଶ୍ୱର:କୋରାପୁଟର ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକଙ୍କ ସହ ଆଜି ଦଳରେ ସାମିଲ ହୋଇଛନ୍ତି ଶ୍ରୀ ପାଙ୍ଗୀ । ଭାରତ ରାଷ୍ଟ୍ର ସମିତି ଛାଡି ଜୟରାମ ଆଜି କଂଗ୍ରେସରେ ମିଶିଛନ୍ତି ।
ଦଳରେ ମିଶିବା ପରେ ପ୍ରତିକ୍ରିୟା ରଖି ଶ୍ରୀ ପାଙ୍ଗୀ କହିଛନ୍ତି,ରାଜ୍ୟକୁ ବଞ୍ଚାଇବା ପାଇଁ ବିଜେଡିକୁ ଗାଦିଚ୍ୟୁତ କରିବାକୁ ପଡିବ । ସେଥିପାଇଁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ଅଭିଯାନରେ ସହଯୋଗ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ବିଆରଏସରେ ମିଶିବା ପୂର୍ବରୁ ପାଙ୍ଗୀ ବିଜେପି, ବିଜେଡି ଓ ଜନତା ଦଳରେ ଥିଲେ। ସେ ୪ ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
[ad_2]