ଖେଳ ଖବର

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ – Sahana Mela

[ad_1]


ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ  ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  ତୁଷାରକାନ୍ତି ବେହେରା ଶ୍ରାବଣୀଙ୍କୁ ଅର୍ଥରାଶି ପୁରସ୍କାର ସହ ରୂପା ତାରକସି ଫଳକ, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଲେ ଯେ ଶ୍ରାବଣୀ ନନ୍ଦଙ୍କ ଭଳି ପ୍ରତିଭାବାନ ଆଥଲେଟଙ୍କୁ ସମ୍ବର୍ଦ୍ଧିତ କରି ଆଜି ଆମେ ଗର୍ବିତ ଓ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସେ କେବଳ ନିଜ ପାଇଁ ପଦକ ଅର୍ଜନ କରି ନାହାନ୍ତି ବରଂ ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଭିତ୍ତିଭୂମି ନିର୍ମାଣ, ବିଶ୍ୱସ୍ତରୀୟ ତାଲିମ, କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଏବଂ ନିଯୁକ୍ତି ପ୍ରଦାନ ନେଇ ଯେଉଁ କାର‌୍ୟ୍ୟକ୍ରମ ହାତକୁ ନେଇଛନ୍ତି ତାହା ଆଜି ଓଡିଶାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ।

ସେହିପରି ଶ୍ରାବଣୀ ନନ୍ଦ ଏହି ପୁରସ୍କାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇ କହିଲେ ଯେ ବର୍ତ୍ତମାନ ଇନଡୋର ଆଥଲେଟିକ୍ସ, ତାପ ନିୟନ୍ତ୍ରିତ ଆକ୍ଵାଟିକ ସେଣ୍ଟର, ଫିଫା ମାନର ଫୁଟବଲ ଷ୍ଟାଡିୟମ ଓ ତାଲିମ କେନ୍ଦ୍ର ଭଲି ଯେଉଁ ଭିତ୍ତଭୂମି ନିର୍ମାଣ ହୋଇଛି ତାହା ଆଗାମୀ ଦିନରେ ଓଡ଼ିଶାରୁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାରେ ସାହାଯ୍ୟ କରିବ । କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନୀଲ କ୍ରିଷ୍ଣା ଶ୍ରାବଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କ୍ରୀଡ଼ା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ରାଜ୍ୟସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଥିଲେ ।

 ଏହି ଅବସରରେ ଶ୍ରାବଣୀଙ୍କ କୋଚ ନୀଳମାଧବ ଦେଓ ଏବଂ ଫିଜିଓ ଅର୍ଜିତା ଲେଙ୍କାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ କି ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ର ୨୦୦ ମିଟରରେ ସ୍ବର୍ଣ୍ଣ ଓ ୧୦୦ ମିଟରରେ ରୌପ୍ୟ ପଦକ ପାଇଁ ଶ୍ରାବଣୀଙ୍କୁ ଯଥାକ୍ରମେ ୫ଲକ୍ଷ ଓ ୩ ଲକ୍ଷ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୬୧ ତମ ଜାତୀୟ ଓପନ ଚାମ୍ପିୟନସିପ ୨୨ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଁ ଯଥାକ୍ରମେ ୬୦ ହଜାର ଓ ୪୦ ହଜାର ଏବଂ ୬୨ ତମ ଜାତୀୟ ଓପନ ଚାମ୍ପିୟନସିପ ୨୦୨୩ରେ ରୌପ୍ୟ ପଦକ ପାଇଁ ୪୦ ହଜାର ଅର୍ଥରାଶି ପ୍ରଦାନ କରାଯଇଥିଲା ।



[ad_2]

Leave a Reply

Your email address will not be published. Required fields are marked *

Back to top button