ଦେଶ- ବିଦେଶ

ଆଜି ଭାରତୀୟ ନୌସେନା ଦିବସ, କାହିଁକି ପାଳନ କରାଯାଏ ଏହି ଦିବସ, ଜାଣନ୍ତୁ ଏହାର କାରଣ… – Sahana Mela

[ad_1]


ଭୁବନେଶ୍ୱର: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଏ। ସୈନ୍ୟବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ପାଇଁ ଏହି ବିଶେଷ ଦିନ ପାଳନ କରିଥାଏ। ୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା। ସେତବେଳର ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ନାମରେ ନାମିତ, ତାଉପରେ ହମଲା ପାଇଁ ବିହ୍ୱ ରଚନା କଲେ ନୌ-ସୈନିକ । ତେବେ ‘ଅପରେସନ ଟ୍ରାଇଡେଣ୍ଟ’ ଜରିଆରେ କରାଚୀ ନୌସେନା ଉପରେ ହମଲା କରିଥିଲା ଭାରତ ।

ଏକ ମିସାଇଲ ସିପ୍ ଏବଂ ଯୁଦ୍ଧ ପୋତ ର ଏକ ଆକ୍ରମଣକାରୀ ସମୂହ, କରାଚୀ ଉପକୂଳବର୍ତ୍ତି ଜାହାଜ ସମୂହକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାକିସ୍ତାନର ଅନେକ ଜାହାଜ ଧ୍ୱଂସ ହୋଇଯାଇଥିଲା । ଏଥିରେ କରାଚୀ ହାର୍ବର ଫୁଏଲ ଷ୍ଟେରେଜ ଧ୍ୱଂସ ହୋଇଯିବା ଦ୍ୱାରା ପାକିସ୍ତାନ ନୌସେନାର ଅଣ୍ଟା ଭାଙ୍ଗି ଯାଇଥିଲା । କରାଚୀ ତେଲ ଟ୍ୟାଙ୍କରେ ଲାଗିଥିବା ନିଆଁ ଏତେ ମାତ୍ରାରେ ବ୍ୟାପି ଯାଇଥିଲା କି ୬୦- କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିଲା । ସବୁଠାରୁ ବଡ କଥା ହେଉଛି କରାଚୀ ତେଲ ଡିପୋରେ ଲାଗିଥିବା ନିଆଁ ସାତ ଦିନ ପର୍ଯ୍ୟନ୍ତ ଲିଭା ଯାଇପାରିନଥିଲା । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ବିଜୟ ହାସଲ କରିଥିବା ଭାରତୀୟ ନୌସେନାର ଶକ୍ତି ଏବଂ ବାହାଦୁରୀକୁ ମନେପକାଇ ଏହି ଦିବସ ନୌସେନା ଦିବସ ପାଳନ କରାଯାଇଥାଏ ।

ଭାରତୀୟ ନୌସେନା ଭାରତୀୟ ସେନାର ସାମୁଦ୍ରିକ ଅଙ୍ଗ ଭାବେ ପରିଚିତ। ଏହାର ସ୍ଥାପନ ୧୬୧୨ ମସିହାରେ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ଜାହାଜକୁ ସୁରକ୍ଷାରେ ରଖିବାକୁ ଇଷ୍ଟ ଇଣ୍ଡିଆ ମାରାଇନ୍‌ ନାମରେ ସେନା ଗଠନ କରିଥିଲା। ଯାହାକୁ ପରେ ରୟାଲ ଇଣ୍ଡିଆନ୍‌ ନୌସେନା ନାଁ ଦିଆଗଲା। ପରେ ଦେଶ ସ୍ଵାଧୀନ ହେବା ପରେ ୧୯୫୦ ମସିହାରେ ଏହା ପୁଣି ଗଠନ କରାଗଲା। ଯାହାର ନାଁ ଦିଆଗଲା ଭାରତୀୟ ନୌସେନା।

 



[ad_2]

Leave a Reply

Your email address will not be published. Required fields are marked *

Back to top button