ଦେଶ- ବିଦେଶ

ତେଲେଙ୍ଗାନାରେ କଂଗ୍ରେସ ଶାସନ, ରେବନ୍ତ ରେଡ୍ଡୀ ହେବେ ମୁଖ୍ୟମନ୍ତ୍ରୀ – Sahana Mela

[ad_1]


ହାଇଦ୍ରାବାଦ: ତେଲେଙ୍ଗାନରେ ବିପୁଳ ବିଜୟ ହାସଲ କରିଛି କଂଗ୍ରେସ। ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାର ଗୋଟିଏ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।

ରେବନ୍ତ ଏବେ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ରହିଛନ୍ତି । ତାଙ୍କ ନେତୃତ୍ବରେ ଦଳ ଚଳିତ ନିର୍ବାଚନ ଲଢି ଐତିହାସିକ ବହୁମତ ହାସଲ କରିଛି । କଂଗ୍ରେସ ମୋଟ ୧୧୯ ଆସନରୁ ୬୯ ଆସନରେ ବିଜୟ ଲାଭ କରି କ୍ଷମତାକୁ ଆସିଛି। ବିଆରଏସ୍ ୩୯ଟି ଆସନ ପାଇଥିବା ବେଳେ ବିଜେପି ୮ଟି ସିଟ୍ ଜିତିଛି ।ତେଲେଙ୍ଗାନାରେ ସରକାର ଗଠନ ପାଇଁ ୬୦ଟି ସିଟ୍ ଆବଶ୍ୟକ ଥିବା ବେଳେ କଂଗ୍ରେସକୁ ମିଳିଛି ୬୪ ଆସନ । କଂଗ୍ରେସ ୩୯.୪୦ ପ୍ରତିଶତ ଭୋଟ୍, ବିଆରଏସ ୩୭.୩୫ ପ୍ରତିଶତ ଭୋଟ୍ ଏବଂ ବିଜେପି ୧୩.୯୦ ପ୍ରତିଶତ ଭୋଟ୍ ପାଇଛି ।

ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଦଳର ବିଧାୟକମାନେ ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଥିବା ବେଳେ ବିଆରଏସ ହାତରୁ ଖସିଯାଇଛି ଶାସନଭାର । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଚନ୍ଦ୍ରଶେଖର ରାଓ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୂଆ ସରକାର ଗଠନ ଲାଗି ସମ୍ମତି ଜଣାଇଛନ୍ତି ।

 



[ad_2]

Leave a Reply

Your email address will not be published. Required fields are marked *

Back to top button