ରିଲିଜ ହେଲା କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ର ଟ୍ରେଲର୍ – Sahana Mela
[ad_1]
ଜୱାନ ଏବଂ ପଠାନ ସହ ବକ୍ସ ଅଫିସରେ ବମ୍ପର ରେକର୍ଡ କରିଥିବା ଶାହାରୁଖ ଖାନ୍ ଏବେ ପୁଣି କରିବାକୁ ଯାଉଛନ୍ତି ବଡ ଧମାକା । ୨୦୨୩ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କିର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର୍ ଆରମ୍ଭରୁ ଶାହାରୁଖଙ୍କ ଓ ବିକିଙ୍କ ଧମାକାଦାର ଏଣ୍ଟ୍ରିକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ଦ୍ଵିଗୁଣିତ ହୋଇଛି ।
ମୁମ୍ବାଇ: ଚଳିତବର୍ଷ ଦୁଇ ଦୁଇଟି ବଡ ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ପରେ ଏବେ ତୃତୀୟ ଚଳଚ୍ଚିତ୍ରକୁ ନେଇ ଧମାଲ କରିବାକୁ କିଙ୍ଗ୍ ଖାନ ପ୍ରସ୍ତୁତ । କାରଣ ଖୁବ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି । ଏହାରି ଭିତରେ ରିଲିଜ ହୋଇଛି ଡଙ୍କିର ଟ୍ରେଲର । ଟ୍ରେଲର ଆରମ୍ଭରୁ ଶାହାରୁଖଙ୍କୁ ଏକ ଅଲଗା ଲୁକ୍ ରେ ଦେଖିବାକୁ ମିଳିଛି । ତାଙ୍କ ସହ ତାପସୀ ପନ୍ନୁ, ବିକି କୌଶଲ, ବିକ୍ରମ କୋଚର ଏବଂ ଅନିକ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ଫିଲ୍ମ ନିର୍ମାତା ମାନେ ପ୍ରଥମେ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ପ୍ରୋମୋ ମଧ୍ୟ ସେୟାର କରିଥିଲେ । କିନ୍ତୁ ବର୍ତ୍ତମାନ ରିଲିଜ ହୋଇଥିବା ଚଳଚ୍ଚିତ୍ର ଡଙ୍କିର ଟ୍ରେଲରରେ ଫିଲ୍ମର କାହାଣୀ ବିଷୟରେ କିଛି ଅଧିକ ଜାଣିବାକୁ ପାଇଛନ୍ତି ଦର୍ଶକ । ୩ ମିନିଟର ୨ ସେକେଣ୍ଡର ଏହି ଟ୍ରେଲରରେ ହାର୍ଡି(ଶାହରୁଖ ଖାନ) ତାଙ୍କର ୨୫ ବର୍ଷ ତଳର କାହାଣୀ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି । ୧୯୯୫ରେ ଲାଲଟୁରେ ୪ ଜଣ ସାଙ୍ଗଙ୍କୁ ଭେଟିଥିଲେ ହାର୍ଡି । ଏହି ୫ଜଣ ସାଙ୍ଗଙ୍କର ଲଣ୍ଡନ ଯିବାକୁ ଇଚ୍ଛା ଥିଲା । ଟ୍ରେଲରରେ ହାର୍ଡି(ଶାହାରୁଖ) ଙ୍କ ବନ୍ଧୁ ବଲି(ଜଣେ ଭଣ୍ଡାରୀ), ହୁଗୁ (ପୋଷାକ ଦୋକାନୀ) ଏବଂ ସୁଚି (ଇଂରାଜୀ କହିବାକୁ ଭଲ ପାଆନ୍ତି), ମନୁ (ହାର୍ଡିଙ୍କ ଭଲ ବନ୍ଧୁ)ଙ୍କୁ ଦେଖିବାକୁ ମିଳିଛି । ତାପରେ ବୋମାନ ଇରାନୀଙ୍କ ଚରିତ୍ର ସହ ପରିଚିତ କରାଯାଇଛି ଯିଏ ଏହି ଚଳଚ୍ଚିତ୍ରରେ ଜଣେ ଇଂରାଜୀ ଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି ।
ଟ୍ରେଲରଟି ସମ୍ପୂର୍ଣ୍ଣ କମେଡି, ଭାବନାତ୍ମକ ଏବଂ ଡ୍ରାମାରେ ପରିପୂର୍ଣ୍ଣ । ଫିଲ୍ମଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଏକ ଗୋଷ୍ଠୀର କାହାଣୀକୁ ଦର୍ଶାଇଛି । ଶେଷରେ ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ସେତେବେଳେ ସେ ତାଙ୍କର ସେହି ସାଙ୍ଗ ମାନଙ୍କ କଥା ମନେପକାଇ କହିଛନ୍ତି ।
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ । ଚଳଚ୍ଚିତ୍ରଟି ଆସନ୍ତା ଖ୍ରୀଷ୍ଟମାସ ଅର୍ଥାତ୍ ୨୨ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାପୂର୍ବରୁ ୨୧ ଡିସେମ୍ବରରେ ସାରା ବିଶ୍ବରେ ରିଲିଜ ହେବ ‘ଡଙ୍କି’ । ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ଶାହାରୁଖଙ୍କର ଏହା ପ୍ରଥମ ଫିଲ୍ମ । ସେପଟେ ଏହି ଦିନ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ବି ରିଲିଜ ହେବ । ଯାହା ଫଳରେ ବକ୍ସ ଅଫିସରେ କଡ଼ା ଟକ୍କର ଦେଖିବାକୁ ମିଳିବ ।
[ad_2]