ପରଲୋକରେ CID ଫେମ୍ ଦିନେଶ ଫଡନୀସ୍ – Sahana Mela

[ad_1]
ମୁମ୍ବାଇ : ପରଲୋକରେ ସିଆଇଡି ଇନ୍ସପେକ୍ଟର ଫ୍ରେଡେରିକ୍ସ ଦିନେଶ ଫଡନିଶଙ୍କର । କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ସୋନି ଟିଭିର ଲୋକପ୍ରିୟ କ୍ରାଇମ୍ ସୋ ସିଆଡିରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ।
ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ଦିନାନନ୍ଦ ସେଟ୍ଟୀ ଏ ନେଇ ସ୍ପଷ୍ଟ କରିଛନ୍ତି । ଦିନାନନ୍ଦ ଥିଲେ ଦିନେଶଙ୍କର ଘନିଷ୍ଟ ବନ୍ଧୁ । ଦୀର୍ଘ ଦିନ ଧରି ଦିନେଶ ଯକୃତ , ହାର୍ଟ ଏବଂ କିଡନୀ ଜନିତ ରୋଗରେ ପୀଡିତ ଥିଲେ । ନଭେମ୍ବର ୩୦ ତାରିଖରୁ ଦିନେଶଙ୍କୁ ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ ରଖି ଚିକିତ୍ସା କରାଯାଉଥିଲା ।
ଦିନେଶ ତାଙ୍କର କମେଡି ଲାଗି ପ୍ରଶଂସକଙ୍କ ନିକଟରେ ବେଶ୍ ଜଣାଶୁଣା । ୧୯୯୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସିଆଇଡି ଶୋର ଏକ ଅଂଶ ଥିଲେ ଦୀନେଶ । ଏହି ଶୋ’ରେ ଫ୍ରେଡେରିକ୍ସ ଭୂମିକାରେ ଅଭିନୟ କରି ସେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ କିଣିଥିଲେ ।
ତାଙ୍କ ଚରିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ସିଆଇଡି ବ୍ୟତୀତ ସେ ସୋ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ମଧ୍ୟ ଏକ ଛୋଟ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଫିଲ୍ମ ‘ସରଫରୋସ’ରେ ଅମୀର ଖାନଙ୍କ ସହ ଏବଂ’ ସୁପର 30 ‘ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କ ସହ ମଧ୍ୟ କାମ କରିଥିଲେ। କିନ୍ତୁ CID ଶୋରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।
[ad_2]