ରାଜନୀତି

ଏମପିର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ରାଜ୍ୟ ରାଜନୀତିରୁ ‘ମାମା’ ନେବେ କି ବିଦାୟ? – Sahana Mela

[ad_1]

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓରଫ ମାମା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନା ଆଉ କିଏ ? ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଶିବରାଜ ସିଂହ ଚୌହ୍ବାନ ଦେଇଥିବା ବୟାନ ଭିନ୍ନ ଇସାରା ଦେଇଛି।

ସେ ଆଜି କହିଛନ୍ତି, ଆଉ ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି। ଚୌହାନ ମଙ୍ଗଳବାର ଏକ ଭିଡିଓ ବିବୃତ୍ତିରେ ଏହି ଘୋଷଣା କରି କହିଛନ୍ତି ଯେ, ଏହା ବଦଳରେ ସେ ଆଗାମୀ ଜାତୀୟ ନିର୍ବାଚନରେ ମଧ୍ୟପ୍ରଦେଶର ସମସ୍ତ ୨୯ଟି ଲୋକସଭା ଆସନରେ ବିଜେପିକୁ ଜିତାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।

ଶିବରାଜ ସିଂହ ଚୌହାନଙ୍କ ଏହି ବୟାନ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ତାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରେସରେ ସବୁଠାରୁ ଆଗରେ ଥିବା କୁହାଯାଉଛି। ତେବେ ଶିବରାଜ ଚୌହାନ କହିଛନ୍ତି ଯେ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ନଥିଲେ କି ମୁଁ ଆଜି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଜଣେ ଦଳୀୟ କର୍ମୀ ଏବଂ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଏ ସେ ବିଜେପି ପାଇଁ କାମ କରିବେ।

ତେବେ ଶିବରାଜଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ବିଜେପି ଏଯାଏଁ କିଛି ଘୋଷଣା କରିନାହିଁ। ତେବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂ ତୋମାରଙ୍କ ସମେତ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିଜୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନୁହେଁ ବରଂ ମୋଦିଙ୍କ ନେତୃତ୍ୱ ହିଁ ବିଜେପିର ବିଜୟର ମୁଖ୍ୟ କାରଣ ବୋଲି କୈଳାଶ ବିଜୟବର୍ଗୀୟା କହିଛନ୍ତି। କିନ୍ତୁ ଶିବରାଜ କହିଥିଲେ ତାଙ୍କ ସରକାରର ଲାଡଲା ବେହେନା ଯୋଜନା ଏବଂ ଡବଲ ଇଞ୍ଜିନ ସରକାରକୁ ଲୋକେ ବିଶ୍ବାସ କରିଛନ୍ତି।

ଶିବରାଜ ମୁଖ୍ୟମନ୍ତ୍ରୀ ରେସନ ନାହାନ୍ତି ବୋଲି ଯଦିଓ ଏକ ବାର୍ତ୍ତା ଦେଇଛନ୍ତି କିନ୍ତୁ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ମିଶି ଖାଇବା ସହିତ ହସଖୁସି ହେଉଥିବାର ନଜର ଆସିଛି। ଯାହା ତାଙ୍କୁ ଲୋକଙ୍କ ନେତା ଭାବେ ପରିଚିତ କରାଉଛି। ଆଉ ଏମପି ବାସୀ ମାମାଙ୍କୁ ଭଲ ପାଉଛନ୍ତି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରୁଛନ୍ତି। ଏବେ ଯଦି ଆଉ କେହି ନୂଆ ଚେହେରେ ମୁଖ୍ୟମନ୍ତ୍ରୀ ହେବେ ତାହେଲେ ରାଜ୍ୟରେ ବିଜେପିର ସ୍ଥିତି ୨୦୨୪ ସାଧାରଣ ନିର୍ବାଚନ ବେଳକୁ କିଛି ଅଡୁଆ କରିବନି ତ ତାହା ମଧ୍ୟ ଗୋଟିଏ ବଡ ପ୍ରଶ୍ନ।

ଅନ୍ୟପଟେ ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ନିର୍ବାଚନ ଜରିଆରେ ବିଜେପି ଶୀର୍ଷ ନେତା ଶିବରାଜଙ୍କ ଉତ୍ତରାଧିକାରୀ ତିଆରି କରିବେ ଏବଂ ତାଙ୍କୁ କେନ୍ଦ୍ରକୁ ଆଣିପାରନ୍ତି। କାରଣ କେନ୍ଦ୍ରରେ ଅନୁଭବୀ ନେତାଙ୍କ ଅଭାବ ରହିଛି।

ଶିବରାଜ ଚୌହାନଙ୍କ ବଦଳରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛୁଛି, ତାହା ଦେଖିବାକୁ ବାକି ରହିଲା। ଏହି ନିଷ୍ପତ୍ତି ଆଗାମୀ ଲୋକସଭା ନିର୍ବାଚନକୁ ବେଶ୍ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।

[ad_2]

Leave a Reply

Your email address will not be published. Required fields are marked *

Back to top button