ମନୋରଞ୍ଜନ

କାହିଁକି ଇନଷ୍ଟାରେ ବୋହୂଙ୍କୁ ଅନଫଲୋ କଲେ ଅମିତାଭ୍ ? – Sahana Mela

[ad_1]

ମୁମ୍ବାଇ : କଥାରେ ଅଛି ବଡ ଘର ବଡ ଗୁମର କଥା  । ଏହାରି ମଧ୍ୟରେ ବିବାହକୁ ୧୬ ବର୍ଷ ବିତିଯାଇଛି  । କେବେ ହେଲେ କିଛି ବିବାଦ ଦେଖାଦେଇନି । ହେଲେ ଏବେ ପୁଅ ବୋହୂଙ୍କ ବିବାହ ସମ୍ପର୍କରେ ଫାଟ ଦେଖାଦେଇଥିବା ଚର୍ଚ୍ଚା ହେଉଛି  । ହଁ ଆଜ୍ଞା ଆମେ କହୁଛି ବିଗ୍ ବିଙ୍କ କଥା । ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍‌ ଚାଲିନାହିଁ। କିଛି ଦିନ ଧରି ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ଶୁଣିବାକୁ ମିଳୁଛି।

ଏମିତିରେ ଏବେ ଅମିତାଭ ବୋହୂରାଣୀଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିବା ଘଟଣା ଚର୍ଚ୍ଚାକୁ ଆହୁରି ସରଗରମ କରିଛି । ଇନଷ୍ଟାଗ୍ରାମ୍ ରେ ଅମିତାଭଙ୍କ ଫଲୋଇଂ ତାଲିକାରେ ଐଶ୍ୱର୍ଯ୍ୟା ନାହାନ୍ତି। କି ଏୗଶ୍ବର୍ଯ୍ୟାଙ୍କ ଫଲୋଇଂ ତାଲିକାରେ ଅମିତାଭ ବି ନାହାନ୍ତି । ଏଣୁ ସେ ତାଙ୍କୁ ଅନଫଲୋ କରିଦେବା କଥା ଚର୍ଚ୍ଚା ହେଉଛି । ଏମିତିରେ ବଚ୍ଚନ ପରିବାରର ପୁଅବୋହୂ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ହେଲେ ଏଯାବତ ତାଙ୍କ ପକ୍ଷରୁ ସେଭଳି କିଛି ପ୍ରତିକ୍ରିୟା ମିଳିନାହିଁ। ଏହାରି ମଧ୍ୟରେ ଅନେକ ପ୍ରଶ୍ନ ଫ୍ୟାନ୍ସ ମାନଙ୍କ ମନକୁ ଆନ୍ଦୋଳିତ କରୁଛି ।

ସମସ୍ତ କାର୍ଯ୍ୟକ୍ରମରେ ଅଭିଷେକ ତାଙ୍କ ବିବାହ ବେଳର ମୁଦି ପିନ୍ଧୁ ଥିବା ବେଳେ ଏବେ କାହିଁକି ପିନ୍ଧୁ ନାହାନ୍ତି? କାହିଁକି କୌଣସି ପାର୍ଟିରେ ଉଭୟଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନି  ? ଉଭୟଙ୍କ ସମ୍ପର୍କରେ କିଛିଟା ତିକ୍ତତା ଆସିଛି କି ? ଏଭଳି ଅନେକ କଥା ଶୁଣିବାକୁ ମିଳୁଛି  । ଆଶା କରାଯାଉଛି ଯଦି ସେଭଳି କିଛି ସମସ୍ୟା ଥାଏ , ତେବେ ଖୁବ୍ ଶୀଘ୍ର ଲୋକଲୋଚନକୁ ଆସିବ ।

[ad_2]

Leave a Reply

Your email address will not be published. Required fields are marked *

Back to top button