ମନୋରଞ୍ଜନ

ଗୁଟଖା ବିଜ୍ଞାପନ ପାଇଁ ୩ ଅଭିନେତାଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍ – Sahana Mela

[ad_1]


ମୁମ୍ବାଇ : ମହଙ୍ଗା ପଡିଛି ପାନ ମସଲା କମ୍ପାନୀର ବିଜ୍ଞାପନ କରିବା  । ଏହି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ଏହି ଆବେଦନକୁ ଖାରଜ କରିବାକୁ, କେନ୍ଦ୍ର ସରକାରଙ୍କ ଓକିଲ ଲକ୍ଷ୍ନୌ ହାଇକୋର୍ଟରେ ଆବେଦନ କରିଛନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଶୁଣାଣି କରୁଛନ୍ତି । ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ୍ । ଏହାର ପରବର୍ତ୍ତୀ ଶୁଣାଣୀ

ଆସନ୍ତା ବର୍ଷ ମାର୍ଚ୍ଚ ୯ ତାରିଖ କୁ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି। କହିରଖୁଛୁ, ପାନ ମସଲା ପ୍ରଚାର କରୁଥିବା କଳାକାର ଶାହାରୁଖ, ଅକ୍ଷୟ ଏବଂ ଅଜୟଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଭଳି ସ୍ଥିତିରେ ପିଟିସନ ଦାଖଲ କରିଥିବା ଓକିଲ ମୋତିଲାଲ ଯାଦବ ବିଶ୍ୱାସ କରନ୍ତି ଯେ ଯୁବକମାନଙ୍କ ଲାଗି ଏହି ପଦକ୍ଷେପ ଠିକ୍‌ ନୁହେଁ। କଳାକାରମାନେ ଏଭଳି କରିବା ଦ୍ୱାରା ଲୋକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button