ରାଜ୍ୟ

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ – Sahana Mela

[ad_1]

ବିନିକା : ଅଧାରେ ରହିଗଲା ମାଣବସା ପୂଜା । ରାତିପାହିଲେ ମାଣ ବସାଇ ମା’ଲକ୍ଷ୍ମୀଙ୍କୁ କରିଥାନ୍ତେ ଆରାଧନା I ଧୂପ ,ଦୀପ,ଝୁଣା ଗନ୍ଧରେ ମହକି ଉଠିଥାନ୍ତା ଘର I ମାତ୍ର ସକାଳୁ ଘରୁ ଉଠିଲା ମହିଳାଙ୍କ କୋକେଇ I ବିଳମ୍ବିତ ରାତିରେ ଘର ଧୋଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ରହିଲା ଗାଁରେ। ମୃତ ମହିଳା ଜଣଙ୍କ ବସନ ନାଏକ(୬୫)।

ବସନ ମାଣମସା ପାଇଁ ଘର ଧୋଉଥିଲା। ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରେ ଛିଟିକି ତଳେ ପଡ଼ି ଯାଇଥିଲେ। ବସନଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରାଯାଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଡାକ୍ତର ବସନଙ୍କୁ ମୃତ ଘୋଷଣା କରିଥିଲେ। ବିନିକା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ବସନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

[ad_2]

Leave a Reply

Your email address will not be published. Required fields are marked *

Back to top button