ମୁହଁରେ ଟେପ ମାରି ବ୍ୟାଟିଂ କଲେ ଇନ୍ଦ୍ରଜିତ, ମନେ ପଡିଲା କୁମ୍ବଲେଙ୍କ କଥା – Sahana Mela

[ad_1]
ରାଜକୋଟ: ଚଳିତ ବିଜୟ ହଜାରେ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ହରିୟାଣା ନିକଟରୁ ତାମିଲନାଡୁ ପରାସ୍ତ ହୋଇଛି । ତେବେ ଏହି ମ୍ୟାଚରେ ତାମିଲନାଡୁ ବ୍ୟାଟ୍ସମ୍ୟାନ ବାବା ଇନ୍ଦ୍ରଜିତଙ୍କ ଇନିଂସକୁ ସମସ୍ତ କ୍ରୀଡାପ୍ରେମୀ ଭୂୟସୀ ପ୍ରଶଂସା କରିଛନ୍ତି । ମ୍ୟାଚ ଅବସରରେ ଇନ୍ଦ୍ରଜିତଙ୍କ ଓଠ ଫାଟିଯାଇ ରକ୍ତ ବାହାରିଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇ ଷ୍ଟିଜ କରାଯାଇଥିଲା । ତେବେ ତାମିଲନାଡୁର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଇନ୍ଦ୍ରଜିତ ମୁହଁରେ ଟେପ ବାନ୍ଧି ପଡିଆକୁ ବ୍ୟାଟିଂ କରିବା ପାଇଁ ଆସିଥିଲେ । ସେ ସମୟରେ ହରିୟାଣାର ୨୯୩ ରନ ଜବାବରେ ତାମିଲନାଡୁ ୩ ୱିକେଟ ହରାଇ ୫୪ ରନ କରିଥିଲା ।
ଇନ୍ଦ୍ରଜିତ ୭୧ ବଲରେ ୬୪ ରନର ସାହାସିକ ଇନିଂସ ଖେଳିଥିଲେ । ୪୧ତମ ଓଭରରେ ସେ ଆଉଟ ହୋଇଥିଲେ । ତାମିଲନାଡୁ ୪୭.୧ ଓଭରରେ ୨୩୦ ରନ କରି ଅଲଆଉଟ ହୋଇ ଯାଇଥିଲା । ହରିୟାଣା ମ୍ୟାଚ ଜିତିଥିଲେ ମଧ୍ୟ ଇନ୍ଦ୍ରଜିତ ସାଜିଥିଲେ ହୀରୋ । ତାଙ୍କର ଇନିଂସ ଅନୀଲ କୁମ୍ବଲେଙ୍କ କଥା ମନେ ପକାଇ ଦେଇଛି । ୨୦୦୨ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଆଂଟିଗୁଆ ଟେଷ୍ଟରେ ମୁହଁ ହାଡ ଭାଙ୍ଗିବା ସତ୍ୱେ କୁମ୍ବଲେ ବୋଲିଂ କରି ସମସ୍ତଙ୍କ ମନ ଜିଣିଥିଲେ ।
[ad_2]