ବୋରୱେଲରୁ ଉଦ୍ଧାର ନବଜାତକ ସ୍ୱାସ୍ଥ୍ୟରେ ସୁଧାର – Sahana Mela

[ad_1]
ରେଙ୍ଗାଲି : ବୋରୱେଲ ଭିତରୁ ନବଜାତକ ଉଦ୍ଧାର ଘଟଣା । ଧୀରେ ଧୀରେ ସୁସ୍ଥ ହେଉଛି ଶିଶୁକନ୍ୟା । ଆଜି ପ୍ରଥମ ଥର ପାଇଁ ଶିଶୁକୁ ଦିଆଯାଇଛି କ୍ଷୀର । ଏବେ ସଂକ୍ରମଣ ମଧ୍ୟ କମିବା ଆରମ୍ଭ କରିଛି । ଭୀମସାର ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି ।
ଗତକାଲି ଶିଶୁ କନ୍ୟାର ଅନ୍ତନଳୀରେ ରକ୍ତସ୍ରାବ ହେଉଥିବା ସୂଚନା ମିଳିଥିଲା । ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ସଂକ୍ରମଣ ବଢ଼ିଥିବା କହିଥିଲେ ଡାକ୍ତର । କିନ୍ତୁ ଆଜି ଶିଶୁଟି ସୁସ୍ଥ ହେଉଥିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି । ତିନି ଦିନ ତଳେ ୨୦ ଫୁଟ୍ ବୋରୱେଲ ଭିତରକୁ ଖସିପଡ଼ିଥିଲା ନବଜାତ ଶିଶୁ । ସ୍ଥାନୀୟ ପ୍ରଶାସନ,ପୁଲିସ, ଏବଂ ଅଗ୍ନିଶମ ବିଭାଗ ଅକ୍ଲାନ୍ତ ପରିଶ୍ରମ କରି ୮ ଘଣ୍ଟା ପରେ ଶିଶୁଟିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା I ଏହାପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମେଡିକାଲ ଟିମ୍ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଏସଏନସିୟୁ ରେ ରଖି ଶିଶୁକନ୍ୟାର ଚିକିତ୍ସା କରୁଛନ୍ତି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ I
[ad_2]