ରାଜ୍ୟ

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା – Sahana Mela

[ad_1]

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ଆଖପାଖରେ ଥିବା ବେଳେ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅସହ୍ୟ ଜାଡ଼ରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି | ଉପକୂଳ ଅଞ୍ଚଳରେ ବି ଶୀତ ପ୍ରକୋପ ଜାରି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ୩ ଦିନ ଲାଗି ରହିବ ।ତେବେ ଅଧିକ ଶୀତରେ ଥରୁଛି ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ ଏଵଂ ଶୁକୃଳୀ ବ୍ଳକ୍ । ଘନ କୁହୁଡି ସହ ଶୀତର ଲହରୀ ଜାରି ରହିଛି । ଶିମିଳିପାଳ ଉପର ବାର୍ହା କାମୁଡାରେ ସର୍ବନିମ୍ନ ୧°, ଚହଲା ୩° , ନଅଣା ୬° ଓ ଗୁରୁଗୁଡିଆ ଠାରେ ୮° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି, ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ।

ପୂର୍ବାନୁମାନ କହୁଛି, ଶନିବାର ସକାଳେ କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଆସନ୍ତାକାଲି ସକାଳେ ମଧ୍ୟ ଏସବୁ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଅଛି। ସେହିପରି ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

The post ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା first appeared on Odia News.

[ad_2]

Leave a Reply

Your email address will not be published. Required fields are marked *

Back to top button