ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ! ମିଛ ସାବ୍ଯସ୍ତ ହେଲେ ରାଜନୀତି ଛାଡିବେ ସିଦ୍ଧୁ – Sahana Mela

[ad_1]
ଚଣ୍ଡିଗଡ଼: ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ। ଏଭଳି ଗୁରୁତର ଅଭିଯୋଗ ଆଣିବା ସହ ସରକାରଙ୍କୁ ଖୋଲା ଚାଲେଞ୍ଜ୍ କରିଛନ୍ତି। ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ ରାଜନୀତିରୁ ସନ୍ନ୍ଯାସ ନେବେ ବୋଲି କହିଛନ୍ତି ସିଦ୍ଧୁ ।
ଜେଲ୍ ଭିତରେ ନିଶାଦ୍ରବ୍ଯ ବିକ୍ରି ହେଉଥିଲେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମୁଖ୍ଯମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ ଟାର୍ଗେଟ କରିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ହାତରେ ଜେଲ୍ ବିଭାଗ ଥିଲେ ବି କିପରି ଜେଲରେ ଡ୍ରଗ୍ସ ବିକ୍ରି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ୧୯୮୮ରେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ୧୦ମାସ ଜେଲଦଣ୍ଡ ଭୋଗିଥିବା ସିଦ୍ଧୁଙ୍କ ବୟାନ ଚାଞ୍ଚଲ୍ଯ ସୃଷ୍ଟି କରିଛି ।
୧୯୮୮ର ରୋଡରେଜ ଘଟଣାରେ ପାଟିଆଲାରେ ଗୁରନାମ ସିଂଙ୍କ ମୃତ୍ଯୁ ହୋଇଥିଲା । ନିଶାଦ୍ରବ୍ୟ ସେବନ ସମ୍ପର୍କରେ ସବିଶେଷ ବିବରଣୀ ଦେବା ଲାଗି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ସିଦ୍ଧୁଙ୍କ ବିସ୍ଫୋରକ ବୟାନ ରାଜ୍ୟ ସରକାରଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟିକରିଛି ।
[ad_2]