ଟ୍ରେନ ଲାଇନରେ କଟି ପୋଲିସ କର୍ମଚାରୀଙ୍କ ମୃତ୍ୟୁ – Sahana Mela

[ad_1]
ରାୟଗଡା : ଟ୍ରେନ୍ ଲାଇନରୁ ଉଦ୍ଧାର ହେଲା ପୋଲିସ କର୍ମଚାରୀଙ୍କ ମୃତଦେହ । ମୃତ ପୋଲିସ କର୍ମଚାରୀଙ୍କ ନାଁ ବି.ହରିଶଙ୍କର ରାଓ I ସେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ୩ ନମ୍ବର ପ୍ଲାଟଫର୍ମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ରେଳବାଇ ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଛି। ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ମିଳିଥିବା ସୂଚନା ମୁତାବକ, ହରିଶଙ୍କର ରାୟଗଡ଼ାରେ ନିଜ ପରିବାର ସହ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ। ସମ୍ପର୍କୀୟଙ୍କ ଦଶାହରେ ଆନ୍ଧ୍ରର ଶ୍ରୀକାକୁଲମ ଯାଇଥିଲେ। ସେଠାରୁ ସେ ବିଜୟନଗରମକୁ ଆସି ଅପରାହ୍ନରେ ରାୟଗଡ଼ାକୁ ଫେରିବା ପାଇଁ ବିଜୟନଗରମ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ରହିଥିଲେ। ଏହାପରେ ଟ୍ରେନ ନମ୍ବର ୨୦୮୧୯- ପୁରୀ-ଓଖା ଦ୍ୱାରିକା ସୁପରଫାଷ୍ଟ ଏକ୍ସପ୍ରେସରେ ହରିଶଙ୍କର ରାୟଗଡ଼ା ଫେରୁଥିଲେ।
ତେବେ ଉକ୍ତ ସୁପରଫାଷ୍ଟ ଟ୍ରେନଟିର ରୁଟ ପରିବର୍ତ୍ତନ କରାଯାଇଥିବାରୁ ରାୟଗଡ଼ା ରେଳ ଷ୍ଟେସନରେ ଟ୍ରେନର ରହଣି ନ ଥିବା ବିଷୟରେ ସେ ଜାଣିପାରି ନଥିଲେ। ରାୟଗଡ଼ାରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଦେଇ ଟ୍ରେନଟି ଅତିକ୍ରମ କରୁଥିବା ବେଳେ ହରିଶଙ୍କର ଓହ୍ଲାଇବାକୁ ଚେଷ୍ଟା କରି ଅସାବଧାନତା ହେତୁ ଟ୍ରେନ ଚକା ତଳେ ପଡ଼ିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଖବର ପାଇ ରେଳ ବିଭାଗ କର୍ତ୍ତୃପକ୍ଷ ଏବଂ ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର ସଠିକ ଖବର ଜଣାପଡିନାହିଁ I
[ad_2]