ଭୂତ ଖାଉଛି ରାସନ – Sahana Mela

[ad_1]
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଗରିବ ହିତାଧିକାରୀଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା କରି ଥିବା ବେଳେ ଅନେକ ସ୍ଥାନରେ ରିଟେଲ ର ମାନଙ୍କ ଅସାଧୁ କାର୍ଯ୍ୟ ଯୋଗୁଁ ଏହି ବ୍ୟବସ୍ଥା ରେ ତ୍ରୁଟି ଦେଖା ଯାଉଛି | କେଉଁଠି ଓଜନ ରେ ଠକେଇ ତ ଆଉ କେଉଁଠି ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହଡ଼ପ ହେଉଛି । ଯାହାଫଳରେ ସାଧାରଣ ଗରିବ ହିତାଧି କାରୀ ଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ହରି ଲୁଟ ହେଉଛି ।
ଏଭଳି ଏକ ଘଟଣା ଯାହା ସୂଚନା ଅଧିକାର ତଥ୍ୟ ବଳରେ କିଭଳି ଜଣେ ଡିଲ ର ନିଜ ବାପା ଙ୍କ ମୃତୁ ପରେ ମଧ୍ୟ ତାଙ୍କ ଚାଉଳ ହଡ଼ପ କରୁଛନ୍ତି ଦେଖିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ରେ ।ନିଜ ବାପା ମରିବାର ଦୁଇ ବର୍ଷ ହେଲାଣି ତଥାପି ପିଡ଼ିଏସ ଡିଲର ତାଙ୍କ ମଲା ବାପା ନାମରେ ରାସନ ଉଠାଉଥିବା ଅଭିଯୋଗ ଆଣିଛନ୍ତି ଖୋଦ ଡିଲରଙ୍କ ଭାଇ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ପଂଚାୟତରେ। କଳମିଶ୍ରୀ ପିଡ଼ିଏସ ଡିଲର ବଲ୍ଲଭାନନ୍ଦ ନାୟକଙ୍କ ବାପା ଗୋପୀନାଥ ନାୟକ ଗତ ଜାନୁୟାରୀ ମାସ ୨୦୨୨ରେ ମୃତ୍ୟୁ ବରଣ କରିଛନ୍ତି ହେଲେ ସୂଚନା ଅଧିକାର ଦ୍ୱାରା ପ୍ରାପ୍ତ ହୋଇଥିବା ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ସାନଭାଇ ତଥା ଡିଲର ବଲ୍ଲଭାନନ୍ଦ ମୃତ ବାପାଙ୍କ ନାମରେ ଚାଉଳ ଉଠାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଏନେଇ ଡିଲରଙ୍କ ବଡ଼ଭାଇ ଦୁଲ୍ଲଭାନନ୍ଦ ନାୟକ କଟକ ଜିଲ୍ଲାପାଳ, ଯୋଗାଣ ଅଧିକାରୀଙ୍କ ସମେତ ନିଶ୍ଚିନ୍ତକୋଇଲି ବିଡ଼ିଓଙ୍କ ମଧ୍ୟ ଏହାର ତଦନ୍ତ ପାଇଁ ଲେଖିଥିବା କହିଛନ୍ତି। ଖାଲି ସେତିକି ନୁହେଁ କଳମିଶ୍ରୀ ପଞ୍ଚାୟତ ରେ ଅନେକ ହିତାଧିକାରୀ ମଧ୍ୟ ସମ୍ପୂର୍ତ୍କ ଡିଲାର ଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ରହି ଥିବା ବେଳେ ଅନେକ ହିତାଧିକାରୀ ଙ୍କୁ ସଠିକ ଢଙ୍ଗ ରେ ରାସନ ସାମଗ୍ରୀ ଦେବାରେ ଅବହେଳା କରୁଥିବା କୁହନ୍ତି ।ତେବେ ଏହି ଅଭିଯୋଗର ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋଟ ପଠାଯାଇଥିବା ବିଡ଼ିଓ କହିଛନ୍ତି।ହିତାଧିକାରୀ ଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଦେଉଥିବା କଣ୍ଟ୍ରୋଲ ସାମଗ୍ରୀ ହଡ଼ପ କରୁଥିବା ଡ଼ିଲର ବିରୁଦ୍ଧରେ କି ପ୍ରକାର ପଦକ୍ଷେପ ପ୍ରଶାସନ ନେଉଛି ତାହା କେବଳ ଦେଖିବାକୁ ବାକି ରହିଲା।
[ad_2]