ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ଦାଉଦ – Sahana Mela

[ad_1]


ମୁମ୍ବାଇ: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମ୍  । ଯାହାର ନାଁ ଶୁଣିଲେ ମନରେ ଭୟ ସଂଚାରିତ ହୁଏ  । ଗତକାଲି ପାକିସ୍ତାନର କରାଚିରେ ଦାଉଦକୁ  ବିଷ ଦିଆଯାଇଥିବାର ଖବର ଆସିଥିଲା । ଯାହା ପରେ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଆଉ କରାଚିର ଏକ ହସ୍ପିଟାଲରେ କଡା ସୁରକ୍ଷା ବଳୟ ମଧ୍ୟରେ ଦାଉଦର ଚିକିତ୍ସା ଚାଲିଥିବା ମଧ୍ୟ ସୂଚନା ମିଳିଛି ।

ଭାରତର ବହୁଚର୍ଚ୍ଚିତ ଶତ୍ରୁ ଦାଉଦ୍‌ଙ୍କର ବଲିଉଡ ସହିତ ବି ଦୀର୍ଘଦିନର ସମ୍ପର୍କ ରହିଛି।   ରୋମାଣ୍ଟିକ ଦାଉଦ୍‌ ମଧ୍ୟ ଅନେକ ଥର ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି। ଥରେ ଦାଉଦ୍‌ ରାଜ କପୁରଙ୍କ  ଚଳିଚିତ୍ରରେ ଅଭିନୟ କରିଥିବା ଜଣେ ଅଭିନେତ୍ରୀଙ୍କୁ ପସନ୍ଦ କରିଥିଲେ।ଏହି କାରଣରୁ ତାଙ୍କ କ୍ୟାରିୟର୍‌ ମଧ୍ୟ ପୁରା ବରବାଦ ହୋଇଥିଲା ।

ଆମେ କହୁଛୁ ଅଭିନେତ୍ରୀ ମନ୍ଦାକିନୀଙ୍କ କଥା  ।  ରାଜ କପୁରଙ୍କ ବହୁ ଲୋକପ୍ରିୟ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ ଫିଲ୍ମରେ ସେ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ । ଏହି ଫିଲ୍ମ ୧୯୮୫ରେ ମୁକ୍ତିଲାଭ କରିଥିଲା  । ଏବଂ ଦର୍ଶକ ମନ୍ଦାକିନୀଙ୍କୁ ବହୁତ ପସନ୍ଦ କରିଥିଲେ। ରାଜ କପୁରଙ୍କ ପୁଅ ରାଜୀବ କପୁରଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ।

ତାଙ୍କ ବିପକ୍ଷରେ ଥିଲେ ମନ୍ଦାକିନୀ। ରାଜ କପୁର ମନ୍ଦାକିନୀଙ୍କୁ ଫିଲ୍ମରେ ଏକ ଭିନ୍ନ ଶୈଳୀରେ ଉପସ୍ଥାପନ କରିଥିଲେ । ଏବଂ ଫିଲ୍ମର ଅନେକ ସିନ୍‌ ସେତେବେଳେ ଚର୍ଚ୍ଚାରେ ରହିଥିଲା। ଯେତେବେଳେ ଫିଲ୍ମ ରିଲିଜ ହେଲା, ମନ୍ଦାକିନୀଙ୍କ ନାଁ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଦାଉଦ୍‌ ଇବ୍ରାହିମ ତାଙ୍କ ଉପରେ ନଜର ପକାଇଥିଲେ। ଦାଉଦ ମନ୍ଦାକିନୀଙ୍କ ପ୍ରେମରେ ପଡ଼ିଯାଇଥିଲେ । କୁହାଯାଏ, ମନ୍ଦାକିନୀ ଏବଂ ଦାଉଦ ଅନେକ ଥର ଭେଟିଥିଲେ। ଶାରଜାରେ ଏକ କ୍ରିକେଟ ମ୍ୟାଚ ସମୟରେ ମନ୍ଦାକିନୀ ଦାଉଦଙ୍କ ନିକଟରେ ବସିଥିବାର ଫଟୋ ମଧ୍ୟ  ନଜର ଆସିଥିଲେ। ଯାହାକି ବେଶ୍ ଭାଇରାଲ ହୋଇଥିଲା ।

ଏହି ଫଟୋ ସାମ୍ନାକୁ ଆସିବା ପରେ ଦାଉଦ ଏବଂ ମନ୍ଦାକିନୀଙ୍କ ମଧ୍ୟରେ ଥିବା ପ୍ରେମ ବିଷୟରେ ସବୁଠି ଚର୍ଚ୍ଚା ହେଲା ।  କିନ୍ତୁ ଏହି ଫଟୋ ତାଙ୍କ ପାଇଁ ଏକ ସମସ୍ୟା ହୋଇଗଲା। ଖବର ଆସିଲା ଯେ, ଦାଉଦ ଫିଲ୍ମ ନିର୍ମାତାମାନଙ୍କୁ ମନ୍ଦାକିନୀଙ୍କୁ ଫିଲ୍ମରେ ଅଭିନୟ ଦେବାକୁ ଧମକ ଦେବା ଆରମ୍ଭ କରିଥିଲେ। କିନ୍ତୁ ଯେତେବେଳେ ଷ୍ଟାଡିୟମରୁ ମନ୍ଦାକିନୀ ଏବଂ ଦାଉଦ୍‌ଙ୍କ ଫଟୋ ସାମ୍ନାକୁ ଆସିଲା । ନିର୍ମାତାମାନେ ମନ୍ଦାକିନୀଙ୍କୁ ପ୍ରୋଜେକ୍ଟରୁ ହଟାଇବା ଆରମ୍ଭ କଲେ। ମନ୍ଦାକିନୀଙ୍କ କ୍ୟାରିୟର ଯେତେ ଶୀଘ୍ର ବଢ଼ିଥିଲା, ସେହି ବେଗରେ ତାଙ୍କ କ୍ୟାରିୟର ତଳକୁ ଖସି ଆସିଥିଲା ।



[ad_2]

Leave a Reply

Your email address will not be published. Required fields are marked *

Back to top button