ଘରେ ପଶି ପୂର୍ବତନ CDMOଙ୍କୁ ଛୁରାମାଡ଼ – Sahana Mela
[ad_1]
ଭଦ୍ରକ : ଅବସର ପ୍ରାପ୍ତ ପୂର୍ବତନ CDMOଙ୍କୁ ଛୁରାମାଡ଼ I ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଘରୁ ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କୁ ଅଟକାଇବାରୁ ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପରେ କଟକ ସ୍ଥାନାନ୍ତର କରାଯାଇଛି।
ଘଟଣାନୁସାରେ,ଆଜି ଭୋର ୪ଟାବେଳେ ରଘୁନାଥ ପାଢ଼ୀଙ୍କ ଭଦ୍ରକ ସହରସ୍ଥିତ ଚାରିଘରିଆ ଘରେ ଲୁଟ ଉଦ୍ଦେଶ୍ୟରେ ପଶିଥିଲେ ଦୁର୍ବୁତ୍ତ I ଏହି ସମୟରେ ଛାତ ଉପରେ ଯୋଗ କରିବାକୁ ଯାଉଥିଲେ ରଘୁନାଥ I ଦୁର୍ବୁତ୍ତ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ରଘୁନାଥ ପାଢ଼ୀ I ଏହି ସମୟରେ ଦୁର୍ବୁତ୍ତମାନେ ତାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ I ଡାକ୍ତର ରଘୁନାଥ ପାଢ଼ୀଙ୍କ ଦେହରେ ୭ରୁ ଅଧିକ ସ୍ଥାନରେ ଆଘାତ ହୋଇଛି। ତେବେ ଯାହା ସୂଚନା ରହିଛି ରଘୁନାଥ ପାଢ଼ୀଙ୍କ ଘରୁ ବାରମ୍ବାର ଚୋରି ହେଉଛି I ଏହା ପୂର୍ବରୁ ଅକ୍ଟୋବର ମାସରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଗାଡି ମଧ୍ୟ ଚୋରି ହୋଇଥିବା ଜଣାପଡିଛି I ତେବେ ଭଦ୍ରକ ସହର ଠାରୁ ରଘୁନାଥ ପାଢ଼ୀଙ୍କ ଘର ମାତ୍ର ୫୦୦ ମିଟର ଦୂର ହୋଇଥିବାବେଳେ ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ପୋଲିସ ପହଁଚି ନଥିବାରୁ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି I
[ad_2]