ରାଜ୍ୟ

ଯୋରନ୍ଦାର ମହିମା ପୀଠର ହେବ ରୂପାନ୍ତରଣ,ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ – Sahana Mela

[ad_1]

ଢେଙ୍କାନାଳ : ନୂଆ ରୂପ ପାଇବ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାପୀଠ । ରୂପାନ୍ତରଣ ପାଇଁ ଆଜି ଢେଙ୍କାନାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି । ଉପାସନା ପୀଠ ଓ ବତୀ ମଣ୍ଡପ, ମହିମାଗାଦି ଚତୁଃପାର୍ଶ୍ୱ ଉନ୍ନତିକରଣ ସହ ଶୂନ୍ୟମଣ୍ଡପ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି I ୩ ବର୍ଷ ଭିତରେ ମହିମା ଗାଦି ରୂପାନ୍ତରଣ ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମହିମା ଗାଦିର ଉଭୟ କୌପିନଧାରୀ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଯୋରନ୍ଦା ପୀଠକୁ ଆସି ଭିଡ଼ ଜମାଇଛନ୍ତି ।

ଜୟ ମହିମା ଅଲେଖରୁ ନିଜ ଉଦବୋଧନ ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ସେ ମହିମା ଧର୍ମକୁ ବହୁତ ଭଲ ପାଆନ୍ତି । ସେବା,ସ୍ବଚ୍ଛତା,ସରଳତା, ସମାନତା,ନିସ୍ବାର୍ଥପରତାର ବାର୍ତ୍ତା ଦେଇ ଦେଇଥାଏ ଏହି ଧର୍ମ । ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ । କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ନିଜ ଉଦବୋଧନରେ ପାଣ୍ଡିଆନ୍ କହିଛନ୍ତି, ଭଳ କମକୁ କିଛି ଲୋକ ବିରୋଧ କରନ୍ତି। କାମ ବନ୍ଦ କରିବାକୁ କିଛି ଲୋକ ମଧ୍ୟ ସିଏମଓକୁ ଚିଠି ପଠାଇଥିଲେ। କିଛି ଲୋକ ଅଛନ୍ତି କାମ କରନ୍ତି, ଶ୍ରେୟ ନେବାକୁ ଚାହାନ୍ତିନି । ଆଉ କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି। ସେବା ମନୋଭାବ ନେଇ କାମ କରୁଥିବା ଲୋକ ବହୁତ କମ । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଅଛନ୍ତି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଶ୍ରେୟ ପାଇବାକୁ କାମ କରନ୍ତି ନାହିଁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ଓଡ଼ିଶାର ସମସ୍ତ ୮୧ମହିମା ମନ୍ଦିରର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ମନ୍ଦିରର ବିକାଶ ପାଇଁ ୮୫ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଅଭିଭାଷଣରେ କହିଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button