ଦେଶ- ବିଦେଶ

୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ବିଜେପି ନେତା, ନିଜ ହାତରେ ଜୋତା ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ  – Sahana Mela

[ad_1]


ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ବିଜୟର ଦୀର୍ଘ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି ଜଣେ କର୍ମକର୍ତ୍ତା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସେଠାରେ ଉପସ୍ଥିତ ରହିଥିଲେ। ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇଥିଲେ। ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ବିରଳ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର ଅନୁପପୁରର ବିଜେପି ଜିଲ୍ଲା ଅଧ୍ୟକ୍ଷ ରାମଦାସ ପୁରୀ ବଡ଼ ପ୍ରତିଜ୍ଞା ନେଇଥିଲେ। ଯେତେବେଳ ଯାଏ ରାଜ୍ୟରେ ଭାଜପା ସରକାର ଆସିବ ନାହିଁ ସେ ପାଦରେ ଜୋତା ପିନ୍ଧିବେ ନାହିଁ ବୋଲି କହିଥିଲେ। ୨୦୧୭-୧୮ରେ ସେ ଏହି ପ୍ରତିଜ୍ଞା ନେଇଥିବା ବେଳେ ଏଯାଏ ଖାଲି ପାଦରେ ଥିଲେ। ଏବେ ଭାଜପା ରାଜ୍ୟରେ ସରକାର ଗଢ଼ିବା ପରେ ସେ ପ୍ରାୟ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି।

ରାମଦାସଙ୍କ ପ୍ରତିଜ୍ଞା ପରେ ଶିବରାଜ ମଧ୍ୟ ଏକ ସଂକଳ୍ପ ନେଇଥିଲେ। ଆଜି ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇ ଥିଲେ। ଏହି ସମୟରେ ଶିବରାଜ ବେଶ ଭାବୁକ ନଜର ଆସିଥିଲେ। ତେବେ ପରେ ରାମଦାସଙ୍କ ଭଳି କର୍ମୀ ହିଁ ଦଳର ଶକ୍ତି। ୨୦୨୦ରେ ମଧ୍ୟ ସେ ଚପଲ ପିନ୍ଧି ନ ଥିଲେ। ପୁଣିଥରେ ସରକାର ଆସିଲେ ପିନ୍ଧିବେ ବୋଲି ଶିବରାଜ କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button