ଦେଶ- ବିଦେଶ

ଡିସେମ୍ବର ୩୦ରେ ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ମୋଦି – Sahana Mela

[ad_1]


ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପୂର୍ବରୁ ଡିସେମ୍ବର ୩୦ ତାରିଖରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଅଯୋଧ୍ୟାରେ ପ୍ରାୟ ୧୧,୧୧୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ।

ଅଯୋଧ୍ୟା ବିମାନବନ୍ଦର ସହ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଚିତ୍ରଣ କରିବା ପାଇଁ ଟର୍ମିନାଲ୍ ବିଲ୍ଡିଂର ମୁଖଶାଳା ଓ ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ୬ଟି ନୂତନ ବନ୍ଦେ ଭାରତ ଟ୍ରେନ ଫ୍ଳାଗ୍ ଅପ୍ କରିବା ସହ ୪ଟି ନୂତନ ଓ ପ୍ରଶସ୍ତ ରାସ୍ତାର ଉଦଘାଟନ କରିବେ।

୨୧୮୦ କୋଟିରୁ ଅଧିକ ଟଙ୍କା ବ୍ଯୟରେ ଅଯୋଧ୍ୟାରେ ଗ୍ରୀନ ଫିଲ୍ଡ ଟାଉନସିପର ମୂଳଦୁଆ ପକାଇବେ। ଉତ୍ତରପ୍ରଦେଶରେ ୪୬୦୦ କୋଟିରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

 

 



[ad_2]

Leave a Reply

Your email address will not be published. Required fields are marked *

Back to top button