ଦେଶରେ ବଢିବାରେ ଲାଗିଛି କରୋନା ମହାମାରୀ – Sahana Mela

[ad_1]
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା ମହାମାରୀ । ପୁଣିଥରେ ପୂର୍ବ ଭଳି ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ବିଭିନ୍ନ ରାଜ୍ୟରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ମୋଟ ୭୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ ମାସ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ପରିମାଣର କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୭ ହଜାର ୫୩୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ୨୦୨୧ ମେ’୧୫ରେ ଦୈନିକ ସଂକ୍ରମଣ ୩ ଲକ୍ଷ ୧୧ ହଜାର ୭୭ ଥିଲା। ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ୩ ଲକ୍ଷରେ ପହଞ୍ଚିବା ପାଇଁ ୬୦ ଦିନ ଲାଗିଥିବାବେଳେ ତୃତୀୟ ଲହରରେ ମାତ୍ର ୨୩ ଦିନରେ ଏହା ସମ୍ଭବ ହୋଇଛି।
ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୯୧ ମୃତ୍ୟୁ ସଂଖ୍ୟା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ୨ ଲକ୍ଷ ୨୩ ହଜାର ୯୯୦ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୧୯ ଲକ୍ଷ ୨୪ ହଜାର ୫୧ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୬.୪୧ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୩ କୋଟି ୮୨ ଲକ୍ଷ ୧୮ ହଜାର ୭୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୫୮ ଲକ୍ଷ ୭ ହଜାର ୧୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୧୫୯ କୋଟି ୬୭ଲକ୍ଷ ୫୫ ହଜାର ୮୭୯ ଜଣଙ୍କୁ ଟିକାଦାନ କରାଯାଇଛି।
ସେଥିମଧ୍ୟରେ ୮୮ କୋଟି ୧୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଥିବାବେଳେ ୬୭ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି। ଇତିମଧ୍ୟରେ ଦେଶର ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୮୭ ଛୁଇଁଛି। ଦୈନିକ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ୩.୬୩ ପ୍ରତିଶତ ବୃଦ୍ଧି ଘଟିଛି।
The post ଦେଶରେ ବଢିବାରେ ଲାଗିଛି କରୋନା ମହାମାରୀ first appeared on Odia News.
[ad_2]