ଦେଶ- ବିଦେଶ

ତାପମାତ୍ରା ବୃଦ୍ଧିର କାରଣ ସାଜିଛି ଧୂଳିକଣା: ବଢିଲା ଗ୍ଲାସିୟର ତରଳିବା ଆଶଙ୍କା  – Sahana Mela

[ad_1]


ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ଏରୋସେଲ ବା ଧୂଳିକଣା । ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାରେ ବାଧା ସୃଷ୍ଟି କରୁଛି । ଯାହା ଫଳରେ ପୃଥିବୀର ତାପମାତ୍ରା ବୃଦ୍ଧି ହେବା ସହ ଜଳବାୟୁ ଚକ୍ର ଉପରେ ପ୍ରଭାବ ପକାଉଛି । ବିଶେଷ ଭାବରେ ଏହା ଗ୍ଲାସିୟର ତରଳିବାର ଆଶଙ୍କାକୁ ଆହୁରି ବଢାଇ ଦେଇଛି । ଜୈବ ପନ୍ତ ରାଷ୍ଟ୍ରୀୟ ହିମାଳୟ ପର୍ଯ୍ୟାବରଣ ସଂସ୍ଥାନ ସମେତ ୧୦ଟି ଦେଶର ସଂସ୍ଥାନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି।

ଏରୋସେଲ ଏକ ବିଷାକ୍ତ ଧୂଳିକଣା । ଏହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି । ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳରେ ଏବେ ଧୂଳିକଣାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଧୂଳି, ଜଳୀୟ ବାଷ୍ପ, ବାଦଲ ଓ ପ୍ରଦୂଷଣ କାରକ ସୂର୍ଯ୍ୟ କିରଣର ରାସ୍ତା ରୋକୁଛନ୍ତି । ଫଳରେ ସୂର୍ଯ୍ୟ କିରଣ ସିଧା ସଳଖ ପୃଥିବୀ ପୃଷ୍ଠରେ ନପଡି ତେରଛା ଭାବରେ ପଡୁଛି। ବାୟୁମଣ୍ଡଳରେ ସୂର୍ଯ୍ୟ କିରଣ ଦୀର୍ଘ ସମୟ ଧରି ଗତି କରିବାରୁ ପୃଥିବୀ ପୃଷ୍ଠରେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି। ଦକ୍ଷିଣ ଭାରତ ଅପେକ୍ଷା ଉତ୍ତର ଭାରତରେ ଏରୋସେଲର ମାତ୍ରା ଅଧିକ ରହିଛି। ବିଶେଷ କରି ରଜସ୍ଥାନ, ଗୁଜୁରାଟର ବାୟୁମଣ୍ଡଳରେ ଏରୋସେଲର ମାତ୍ରା ଅଧିକ ରହିଛି। କିନ୍ତୁ କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ଏରୋସେଲ କମ୍ ମାତ୍ରାରେ ମିଳିଛି। ଏପରି ହେଲେ ଆଗରୁ ଏହା ବିଶ୍ୱ ତାପନର ମୁଖ୍ୟ କାରଣ ପାଲଟିବ ।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button