୨୦୨୪ରେ ଭାରତୀୟ କ୍ରିକେଟ ଟିମର ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ – Sahana Mela

[ad_1]
ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ଅଳ୍ପକେ ଦିିନିକିଆ ବିଶ୍ୱକପ ହାତଛଡା କରିଥିବା ଭାରତ ଏଥର ଟି୨୦ ବିଶ୍ୱକପ ନିଶ୍ଚିତ ଭାବେ ଜିତିବା ପାଇଁ ଚାହିଁବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ.. । ୨୦୨୪ରେ ଭାରତ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁୟାରୀ ୩ରୁ ଖେଳିବ । ଏହା ପରେ ଜାନୁୟାରୀ ୧୧ରୁ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଥର ପାଇଁ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଉଭୟ ପୂର୍ବରୁ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ମାତ୍ର ଏଥର ପ୍ରଥମ ଥର ସୀମିତ ଓଭର ବିଶିଷ୍ଟ ସିରିଜ ଖେଳିବେ । ୨୫ ଜାନୁୟାରୀରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହା ମାର୍ଚ୍ଚ ୧୧ରେ ଶେଷ ହେବ ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଉଭୟଙ୍କ ନିମନ୍ତେ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଏପ୍ରିଲରୁ ଆଇପିଏଲର ଧମାଲ ଆରମ୍ଭ ହେବ । ୪ ଜୁନରୁ ୩୦ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏହା ବ୍ୟତୀତ ଟିମ ଇଣ୍ଡିଆ ଶ୍ରୀଲଙ୍କା, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବ । ଏହି ସିରିଜଗୁଡିକ ଜୁଲାଇରୁ ଡିସେମ୍ବର ମଧ୍ୟରେ ଖେଳାଯିବ । ଦିନିକିଆ ଓ ଟେଷ୍ଟ ସିରିଜ ଉପରେ ଧ୍ୟାନ ରହିବ । ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ । ୨୦୨୫ ଚାମ୍ପିୟନ୍ସ ଟ୍ରଫି ଏଥର ଦିନିକିଆ ଫର୍ମାଟରେ ଖେଳାଯିବ । ଏହା ବ୍ୟତୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମଧ୍ୟ ୨୫ରେ ହେବ । ଏହାକୁ ନଜରରେ ରଖି ଭାରତ ତାର ପ୍ରସ୍ତୁତି ଜାରୀ ରଖିବ ।
[ad_2]