ଦେଶ- ବିଦେଶ

ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ  – Sahana Mela

[ad_1]


ନୂଆଦିଲ୍ଲୀ: ଗତବର୍ଷ ଦେଶରେ ମୋଟ ଜିଏସଟି ଆଦାୟ ବୃଦ୍ଧି ପାଇଛି। ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି। ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜିଏସଟି ଆଦାୟ ୧୨ ପ୍ରତିଶତ ବୃଦ୍ଧି ପାଇ ୧୪.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ପ୍ରକାଶ କରିଛି।

୨୦୨୩ ଡିସେମ୍ବରରେ ଜିଏସଟି ଆଦାୟ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କ୍ରମାଗତ ୧୦ ମାସ ପାଇଁ ଜିଏସଟି ଆଦାୟ ୧.୫ ଲକ୍ଷ କୋଟି ଟଙ୍କା ପାର କରିଛି ।୨୦୨୩ ଡିସେମ୍ବରରେ ମୋଟ ୧,୬୪,୮୮୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି, ଯାହା ପୂର୍ବରୁ ନଭେମ୍ବର ମାସରେ ୧,୬୭,୯୨୯ କୋଟି ଟଙ୍କା ଥିଲା । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୩୦,୪୪୩ କୋଟି ଟଙ୍କା, ରାଜ୍ୟ ଜିଏସଟି ୩୭,୯୩୫ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ୮୪,୨୫୫ କୋଟି ଟଙ୍କା ରହିଛି।

ଗତ ମାସରେ ଆଇଜିଏସଟି ଆଦାୟ ୮୭,୦୦୯ କୋଟି ଟଙ୍କା ଥିଲା। ସେସ୍ ଆଦାୟ ୧୨,୨୪୯ କୋଟି ଟଙ୍କା ହୋଇଥିବା ବେଳେ ସେଥିରୁ ୧୦୭୯ କୋଟି ଟଙ୍କା ଆମଦାନୀ ସାମଗ୍ରୀ ଉପରେ ଆଦାୟ ହୋଇଛି। ଡିସେମ୍ବରରେ ଓଡ଼ିଶାରେ ମଧ୍ୟ ଜିଏସଟି ଆଦାୟ ପରିମାଣ ୧୩ ପ୍ରତିଶତ ବୃଦ୍ଧି ପାଇ ୪୩୫୧ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଜମ୍ମୁ-କାଶ୍ମୀରରେ ୨୦ପ୍ରତିଶତ, ଚଣ୍ଡିଗଡ଼ରେ ୨୯ ପ୍ରତିଶତ, ଉତ୍ତରାଖଣ୍ଡରେ ୧୭ପ୍ରତିଶତ, ହରିୟାଣାରେ ୨୨ପ୍ରତିଶତ ଓ ଅରୁଣାଚଳ ପ୍ରଦେଶରେ ୪୪ପ୍ରତିଶତ ବୃଦ୍ଧି ହୋଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button