ରାଜନୀତି

କଂଗ୍ରେସରେ ସାମିଲ ହେଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇ ଏସ ଶର୍ମିଲା – Sahana Mela

[ad_1]


ନୂଆଦିଲ୍ଲୀ: ତେଲେଙ୍ଗାନାରେ କଂଗ୍ରେସର ବାଜିମାତ ପରେ ରାଜ୍ୟରେ କଂଗ୍ରେସ ମୁହାଁ ହେଉଛି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି । କଂଗ୍ରେସରେ ସାମିଲ ହୋଇଛନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ମୁଖ୍ୟ ୱାଇ ଏସ୍ ଶର୍ମିଲା । ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲା କଂଗ୍ରେସରେ ଯୋଗ ଦେଇଥିଲେ।

ଦଳରେ ଯୋଗ ଦେଇ ଶର୍ମିଲା କହିଛନ୍ତି ଯେ, ଏହା ଦେଶର ସବୁଠାରୁ ବଡ ଧର୍ମନିରପେକ୍ଷ ଦଳ, କାରଣ ଏହା ଅବିସ୍ମରଣୀୟ ଭାବରେ ସମସ୍ତ ସମ୍ପ୍ରଦାୟର ସେବା କରେ ଓ ସମସ୍ତ ବିଭାଗର ଲୋକଙ୍କୁ ଏକତ୍ର କରେ। ମୁଁ ଆଜି ବହୁତ ଖୁସି । ମୋତେ ଦଳ ଯେଉଁ ଦାୟିତ୍ବ ଦେବ, ମୁଁ ତାହା କରିବି । ମୋ ବାପା ୱାଇଏସ ରାଜଶେଖର ରେଡ୍ଡୀଙ୍କ ସ୍ବପ୍ନ ଥିଲା, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହୁଅନ୍ତୁ । ତେଲେଙ୍ଗାନାରେ କଂଗ୍ରେସର ବିଜୟର ଏକ ଅଂଶ ହୋଇଥିବାରୁ ସେ ଖୁସି ବୋଲି ଶର୍ମିଲା କହିଛନ୍ତି। ନିକଟରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ସମୟରେ ଶର୍ମିଲା କଂଗ୍ରେସକୁ ସମର୍ଥନ ଜଣାଇଥିଲେ।

ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାର ଅଛି ଏପରି ସ୍ଥିତିରେ ରାଜ୍ୟରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି । ଶର୍ମିଲା କଂଗ୍ରେସରେ ମିଶିବା ପରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର YS ଶର୍ମିଲାଙ୍କୁ କଂଗ୍ରେସ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button