ଖେଳ ଖବର
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ – Sahana Mela

[ad_1]
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିରେ ଅରିନ୍ଦମ ରାୟ I ଓଡ଼ିଆ ସିନେମା ଅଭିନେତାରୁ ବିଜେଡି ନେତା ସାଜିଥିବା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଉଭୟଙ୍କ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ଏନେଇ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଲାଗିରହିଛି I
୨୦୧୯ ନିର୍ବାଚନ ପରଠାରୁ ଚର୍ଚ୍ଚା ଅନୁଯାୟୀ, ଆଗାମୀ ୨୦୨୪ ନିର୍ବାଚନ ପାଇଁ ଅରିନ୍ଦମ୍ କଟକର ଯେକୌଣସି ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀଙ୍କ ସହ ଅଭିନେତାଙ୍କ ରୁଦ୍ଧଦ୍ୱାର ସାକ୍ଷାତ ଓଡ଼ିଶା ରାଜନୀତିରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି I ତେବେ ଏନେଇ ସଠିକ କାରଣ ଜଣାପଡି ନ ଥିବାବେଳେ ଅଭିନେତା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
[ad_2]