ମନୋରଞ୍ଜନ

ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି – Sahana Mela

[ad_1]


ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଅନେକ ଥର ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ଏପରିକି ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହାରି ଭିତରେ ତାଙ୍କ ପନଭେଲ ସ୍ଥିତ ଫାର୍ମ ହାଉସକୁ ପଶିବାକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଚେଷ୍ଟା କରିଛନ୍ତି। ଏହି ମାମଲାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନିକଟରୁ ଫେକ୍ ଆଇଡି ମିଳିଛି।

ପୋଲିସ କହିଛି କି, ଏହି ଦୁଇ ସନ୍ଦିଗ୍ଧ ଫାର୍ମହାଉସର ତାରବାଡ କାଟି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସନ୍ଦିଗ୍ଧ ୨ ଜଣ ଫାର୍ମ ହାଉସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଫାର୍ମ ହାଉସ ଭିତରେ ସଲମାନ ଖାନ ନ ଥିଲେ । ହେଲେ ପ୍ରାଥମିକ ତଦନ୍ତ ବେଳେ ସନ୍ଦିଗ୍ଧମାନେ ସଲମାନ ଖାନଙ୍କ ପ୍ରଶଂସକ ବୋଲି କହିଛନ୍ତି ।

ଅଭିଯୁକ୍ତଙ୍କ ନାମ ଅଜେଶ କୁମାର ଗିଲ ଏବଂ ଗୁରୁସେଭାକ୍। ପଚରାଉଚରା ବେଳେ ଉଭୟ ପଞ୍ଜାବ ଏବଂ ରାଜସ୍ଥାନର ବୋଲି ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏବଂ ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛି। ଏସବୁ ମଧ୍ୟରେ ନକଲି ଆଧାର କାର୍ଡ ପାଇବା ପାଇଁ ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।

 



[ad_2]

Leave a Reply

Your email address will not be published. Required fields are marked *

Back to top button