ରାଜନୀତି

ଯିଏ ଅଯୋଧ୍ୟା ନଯିବ ସେ ଜୀବନ ସାରା ପସ୍ତେଇବ, କଂଗ୍ରେସକୁ ରାବଣ ସହ ତୁଳନା କଲା ବିଜେପି – Sahana Mela

[ad_1]


ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏନେଇ କଂଗ୍ରେସକୁ କଡା ଜବାବ ଦେଇଛି ବିଜେପି । ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଆଧିର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟ ନେତାଙ୍କୁ ଟାର୍ଗେଟ କରିଛି ବିଜେପି ।

ବିଜେପି ମୁଖପାତ୍ର ନଲିନ କୋହଲି କହିଛନ୍ତି, “ଗତ କିଛି ଦଶନ୍ଧି ମଧ୍ୟରେ ଅଯୋଧ୍ୟାରେ ଥିବା ମନ୍ଦିର ପାଇଁ କଂଗ୍ରେସ କୌଣସି ପଦକ୍ଷେପ ନେଇ ନାହିଁ। ତେଣୁ ସେ ରାମ ମନ୍ଦିର ପ୍ରତିଷ୍ଠାରେ ଭାଗ ନେବ ନାହିଁ ବୋଲି କହିଛି । ଏଥିରେ କୌଣସି ଆଶ୍ଚର୍ଯ୍ୟ ହେଲା ପରି କଥା ନାହିଁ ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଯେଉଁମାନେ ପ୍ରଭୁ ରାମଙ୍କୁ କାଳ୍ପନିକ କହୁଥିବା ଲୋକଙ୍କ ପାଇଁ ଏହା କିଛି ନୂଆ ନୁହେଁ । ଇଏ ସେହି କଂଗ୍ରେସ ଯିଏ ଅଯୋଧ୍ୟାରେ ବାବରି ମସଜିଦ ପୁନଃନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲା । ଭଗବାନ ରାମଙ୍କୁ ବହିଷ୍କାର କରୁଥିବା କଂଗ୍ରେସକୁ ୨୦୨୪ରେ ସେମିତି ଜନତା ବହିଷ୍କାର କରିବେ ।

ବିଜେପି ମୁଖପାତ୍ର ଜୟବିର ଶେର୍ଗିଲ ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ଷ୍ଟାଲିନଙ୍କ ଡିଏମକେ ସନାତନ ଧର୍ମକୁ ନଷ୍ଟ କରିବା ବିଷୟରେ କହିଥିଲେ । ତା’ପରେ ଶରଦ ପାୱାରଙ୍କ ଏନସିପି ଭଗବାନ ରାମଙ୍କୁ ମାଂସାହାରୀ ଘୋଷଣା କରିଥିଲେ। ଆଜି କଂଗ୍ରେସ ଦଳ ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି । ଏହା କୌଣସି ସଂଯୋଗ ନୁହେଁ, ଭାରତୀୟଙ୍କ ବିଶ୍ୱାସକୁ ଆଘାତ କରିବା ପାଇଁ INDI Alliance ର ଏକ ସୁଚିନ୍ତିତ ଯୋଜନା । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପ୍ରେମ ଦୋକାନରେ ଘୃଣାର ସାମଗ୍ରୀ ବିକ୍ରି ହେଉଛି।

କଂଗ୍ରେସ ଆହୁରି କହିଛି ଯେ, ‘ତ୍ରେତୟା ଯୁଗରେ ରାବଣ ଭଳି କଂଗ୍ରେସ ମଧ୍ୟ ନିଜର ବୁଦ୍ଧି ବିବେକ ହରାଇଛି।’ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, “ଆଜି ଦେଶକୁ ରାମ ରାଜ୍ୟ ଫେରିଛି । ଯେଉଁମାନେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ ନାହିଁ ସେମାନେ ସାରା ଜୀବନ ପସ୍ତେଇବେ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button