ରାଜନୀତି

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ, ବାଲେଶ୍ଵରକୁ ନା କହିବା ପରେ ଚର୍ଚ୍ଚାରେ କଟକ – Sahana Mela

[ad_1]


ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି ଖୋଦ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ।

ବିଭିନ୍ନ ରାଜନୈତିକ ମାହୋଲରେ ଆକଳନ କରାଯାଉଥିଲା କି ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିପାରେ। କିନ୍ତୁ ଶ୍ରୀ ବୈଷ୍ଣବ ଖୋଦ ଏନେଇ ମୁହଁ ଖୋଲି ସ୍ପଷ୍ଟ କରିଦେଇଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି କି ମୁଁ ବାଲେଶ୍ୱରରୁ ପ୍ରାର୍ଥୀ ହେବିନାହିଁ। ଏଠାରେ ପ୍ରତାପ ନନା ଅଛନ୍ତି। ତାଙ୍କର ଲୋକ ପ୍ରିୟତା ଏଠାରେ ବହୁ ଉଚ୍ଚରେ ରହିଛି ବୋଲି ସେ କହିଥିଲେ। ଏଠାରେ କହି ରଖୁ କି ଶ୍ରୀ ବୈଷ୍ଣବ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ କି ଅଶ୍ୱିନ ବୈଷ୍ଣବ ଏବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ରହିଛନ୍ତି। ସେ ରାଜ୍ୟରେ ବେଶ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଯାହାକୁ ନେଇ ସେ ବାଲେଶ୍ୱରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଠାରେ କହି ରଖୁ କି ଗତ ସପ୍ତାହରେ ଶ୍ରୀ ବୈଷ୍ଣବ କଟକ ଜିଲ୍ଲା ଗସ୍ତ କରିଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ କଟକରୁ ପ୍ରାର୍ଥୀ କରାଯିବା ନେଇ ଯେଉଁ ପ୍ରଶ୍ନ କରାଯାଇଥିଲା ତାହାକୁ ସେ ସମର୍ଥନ ଜଣାଇନଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନଥିଲେ। ପୁନର୍ବାର ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ। ମୋତେ ଦଳ ଯେଉଁ କାର୍ଯ୍ୟ ଦେବ ତାହାକୁ ମୁଁ ପୂରଣ କରିବାକୁ ପ୍ରୟାସ କରିବି ବୋଲି କହିଥିଲେ।

ସୂଚନାଯୋଗ୍ୟ ଆଜି ବାଲେଶ୍ଵର ଗସ୍ତରେ ଆସି ରେଳଷ୍ଟେସନ ପରିଦର୍ଶନ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଯାତ୍ରୀଙ୍କ ସୁବିଧା ନେଇ ସେମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ସମୟରେ ଷ୍ଟେସନର ଫଳକରେ ଇଂରାଜୀରେ (Balasore) ଥିବା ନାଁ ପରିବର୍ତ୍ତନ (Baleswar) ହେବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ନାମ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦୁଇରୁ ତିନି ମଧ୍ୟରେ ଇଂରାଜୀରେ ନାମ ବଦଳିଯିବ।

ଶନିବାର ନୀଳଗିରି ଗୋପୀନାଥପୁରଠାରେ ନୂତନ ରେଳଷ୍ଟେସନର ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଷ୍ଟେସନର ଲୋକାର୍ପଣ ସହ ପୂରଣ ହୋଇଛି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳବାସୀଙ୍କ ସ୍ବପ୍ନ। ଏହି ଅବସରରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।




[ad_2]

Leave a Reply

Your email address will not be published. Required fields are marked *

Back to top button