ଦେଶ- ବିଦେଶ

ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ – Sahana Mela

[ad_1]


ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବଡ ସଫଳତା । ହିଜବୁଲ ମୁଜାହିଦ୍ଦିନର ଜଣେ ଫାଇନାନ୍ସରଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀର ସୋପୋର ଜିଲ୍ଲାର ବାସିନ୍ଦା।

ଆତଙ୍କବାଦୀ ରଫି ନଜର ହିଜବୁଲ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ଟଙ୍କା ନେଇ ଘାଟିକୁ ପଠାଉଥିଲ। ପୋଲିସର କହିବା ଅନୁସାରେ ହିଜବୁଲ ମୁଜାହିଦ୍ଦିନ ହ୍ୟାଣ୍ଡେଲରମାନେ ପାକିସ୍ତାନରୁ ଆତଙ୍କବାଦୀ ରଫି ନଜରକୁ ଟଙ୍କା ପଠାଉଥିଲେ। ତା’ପରେ ସେ ଏହି ଟଙ୍କା ଜମ୍ମୁ କଶ୍ମୀରର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ନିକଟକୁ ପଠାଉଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ପାକିସ୍ତାନରୁ ଆସିଥିବା ଏହି ଟଙ୍କା ହାୱାଲା ଚ୍ୟାନେଲ ମାଧ୍ୟମରେ ଭାରତରେ ପହଞ୍ଚୁଥିଲା। ପଶମିନା ଶଲ ବ୍ୟବସାୟ ନାମରେ ପଡୋଶୀ ଦେଶରୁ ଆତଙ୍କବାଦ ପାଇଁ ଟଙ୍କା ଆସୁଥିଲା। କଶ୍ମୀରରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ ଓ କଶ୍ମୀରବାସୀଙ୍କ ସମର୍ଥନ ହ୍ରାସ ପାଇବା ଫଳରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ଏବେ ଦୁର୍ବଳ ହେବାରେ ଲାଗିଛି।

 



[ad_2]

Leave a Reply

Your email address will not be published. Required fields are marked *

Back to top button