ଦେଶ- ବିଦେଶ

ଜଙ୍କଫୁଡ ଖାଇବା ଛାଡିଲେ ୨୦୦ବର୍ଷ ଜୀବିତ ରହିବେ କହିଲେ ଡୋନାଲ୍ଡ ଟ୍ରମ୍ପ  – Sahana Mela

[ad_1]


ୱାଶିଂଟନ: ରିପବ୍ଲିକାନ୍ ପାର୍ଟିରୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ପୂର୍ବରୁ ସେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ନ୍ୟୁ ହାମ୍ପସାୟରରେ ଟ୍ରମ୍ପ ସମର୍ଥକଙ୍କୁ ସମ୍ବୋଧିତ କରିବା ସହ ନିଜର ବୟସ ସେ ୩୫ବର୍ଷ ବୋଲି ଭାବୁଥିବା କହିଛନ୍ତି। ୩୦ବର୍ଷ ପୂବେ ସେ ଯେପରି ଅନୁଭବ କରୁଥିଲେ ବର୍ତ୍ତମାନ ତାଠାରୁ ଅଧିକ ଭଲ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।ଜଙ୍କଫୁଡ ଖାଇବା ଛାଡିଲେ ସେ ୨୦୦ବର୍ଷ ବଞ୍ଚିବେ ବୋଲି କହିଛନ୍ତି।

ଟ୍ରମ୍ପ ହ୍ୱାଇଟ ହାଉସ କଥା ମନେପକାଇ କହିଛନ୍ତି, ଚିକିତ୍ସକ ରନି ଜ୍ୟାକସନ ଥରେ ମୋତେ କହିଥିଲେ ଯଦି ତୁମେ ଜଙ୍କ ଫୁଡ ଖାଇବା ଛାଡିଦେବ ତେବେ ୨୦୦ବର୍ଷଯାଏ ବଞ୍ଚି ପାରିବ। ବର୍ତ୍ତମାନ ଟ୍ରମ୍ପଙ୍କ ବୟସ ୭୭ ବର୍ଷ। ଟ୍ରମ୍ପଙ୍କୁ ବର୍ତ୍ତମାନ ନ୍ୟୁ ହାମ୍ପସାୟରରେ ଏକ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ରିପବ୍ଲିକାନ୍ ପାର୍ଟିରେ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଅଛନ୍ତି ରୋନ୍ ଡି ସାଣ୍ଟିସ୍ ଓ ଭାରତୀୟ ମୂଳ ନିକି ହାଲି।

ନିକଟରେ ହୋଇଥିବା ଏକ ସର୍ବେକ୍ଷଣରେ, ୫୧ ବର୍ଷିୟ ନିକିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ସେଥିପାଇଁ ଟ୍ରମ୍ପ ତାଙ୍କ ବିରୋଧରେ ଅନେକ କଥା କହିଚାଲିଛନ୍ତି। ନିକି କେବଳ କାଲିଫର୍ଣ୍ଣିଆର ରାଜ୍ୟପାଳ ନୁହଁନ୍ତି, ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ରହିଛନ୍ତି। ତେଣୁ ରିପବ୍ଲିକାନ୍ ପାର୍ଟିର ଅନେକ ମତ ଦେଉଛନ୍ତି ଯେ ସେ ଟ୍ରମ୍ପଙ୍କ ପାଇଁ ଉପଯୁକ୍ତ ବିକଳ୍ପ ହୋଇପାରିବେ। ଏହାର ଗୋଟିଏ କାରଣ ହେଉଛି ନିକିଙ୍କର ଆଡମିନିଷ୍ଟ୍ରେସନରେ ଅଧିକ ଅଭିଜ୍ଞତା ରହିଛି।

ଗତ ବର୍ଷ ନିକି ଟ୍ରମ୍ପ ଏବଂ ବିଡେନଙ୍କ ବୟସ ନେଇ ଏକ ସର୍ଭେ କରିଥିଲେ। ଏହାପରେ ନିକି କହିଛନ୍ତି- ସରକାରରେ ୭୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନେତାଙ୍କ ପାଇଁ ମାନସିକ ଦକ୍ଷତା ପରୀକ୍ଷା ବାଧ୍ୟତାମୂଳକ ହେବା ଉଚିତ୍। ଆମେରିକାର ରାଷ୍ଟ୍ରପତି ହେଲେ ସୁଦ୍ଧା ଯଦି ତାଙ୍କର ବୟସ ୭୫ ବର୍ଷରୁ ଅଧିକ ତେବେ ସେ ଏହି ମାନସିକ ଦକ୍ଷତା ପରୀକ୍ଷା ଦେବା ଉଚିତ। ଦେଶର ଶାସନଭାର ଜଣେ ନେତାଙ୍କ ହାତରେ ରହିବା ଉଚିତ ଯିଏ ମାନସିକ ଏବଂ ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଥିବେ। କାରଣ ଆମେରିକା ହେଉଛି ଶକ୍ତିଶାଳୀ ରାଷ୍ଟ୍ର।

 

 

 



[ad_2]

Leave a Reply

Your email address will not be published. Required fields are marked *

Back to top button