ଦେଶ- ବିଦେଶ

୨୧୦୦ ସୁଦ୍ଧା ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ୪୦ ପ୍ରତିଶତ ହ୍ରାସ ପାଇପାରେ: ରିପୋର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଭଳି ଦେଶରେ ଶ୍ରମିକଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମନାକୁ ଆସିଛି। ଏକ ଅଧ୍ୟୟନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ଶତାବ୍ଦୀ ଶେଷ ସୁଦ୍ଧା ଭାରତ ଏବଂ ପାକିସ୍ତାନ ଭଳି ଦେଶରେ ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ୪୦ ପ୍ରତିଶତ ହ୍ରାସ ହୋଇପାରେ। ଯେଉଁ କାରଣରୁ ବିଶ୍ୱରେ ଖାଦ୍ୟ ଉତ୍ପାଦନ କିପରି କରାଯିବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି।

ଗ୍ଲୋବାଲ୍ ଚେଞ୍ଜ୍ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରେ କୁହାଯାଇଛି ଯେ ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ଏସିଆ, ପଶ୍ଚିମ-ମଧ୍ୟ ଆଫ୍ରିକା ଏବଂ ଉତ୍ତର ଦକ୍ଷିଣ ଆମେରିକାର ଅନ୍ୟାନ୍ୟ ଅଞ୍ଚଳରେ ଶାରୀରିକ କାର୍ଯ୍ୟ କ୍ଷମତା ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ।

ଅଧ୍ୟୟନରୁ ଜଣାପଡିଛି ଯେ କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଉତ୍ତାପ ସହ୍ୟ କରିପାରୁ ନାହାନ୍ତି। କାରଣ ବିଶ୍ୱର ଅର୍ଦ୍ଧେକ କୃଷକ ନିକଟ ଅତୀତରେ ୮୬ ପ୍ରତିଶତ କ୍ଷମତା ତଳେ କାର୍ଯ୍ୟ କରୁଛନ୍ତି। କୃଷି ଶ୍ରମିକଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ସମ୍ଭାବ୍ୟ ଆଡାପ୍ଟେସନ୍ସକୁ ମଧ୍ୟ ବିଚାର କରିଛନ୍ତି।

ସିଧାସଳଖ ସୌର ବିକିରଣକୁ ହ୍ରାସ କରିବା ପାଇଁ ରାତିରେ କିମ୍ବା ଛାଇରେ କାମ କରିବା ଶ୍ରମିକଙ୍କ କାର୍ଯ୍ୟ କ୍ଷମତା ୫ରୁ ୧୦ ପ୍ରତିଶତ ବୃଦ୍ଧି କରିଥାଏ । ଗବେଷକମାନଙ୍କ ମତରେ, ଦ୍ୱିତୀୟ ବିକଳ୍ପ ହେଉଛି ଯନ୍ତ୍ରପାତି ଏବଂ ଉପକରଣର ବିଶ୍ୱବ୍ୟାପୀ ବ୍ୟବହାର ବୃଦ୍ଧି କରିବା । ଏପରି ହେଲେ ଶ୍ରମିକଙ୍କ କାର୍ଯ୍ୟ କ୍ଷମତା ହ୍ରାସ ସହ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ।

 



[ad_2]

Leave a Reply

Your email address will not be published. Required fields are marked *

Back to top button