ଦେଶ- ବିଦେଶ

ଭାରତ ଦେଇ ଯାଇଛି ସ୍ୱର୍ଗକୁ ରାସ୍ତା, ଜାଣନ୍ତୁ କେଉଁଠି ରହଛି ଏହି ସ୍ଥାନ – Sahana Mela

[ad_1]


ଗାନ୍ଧିନଗର: ଗୁଜୁରାଟର କଚ୍ଛ ଅଞ୍ଚଳ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ଏଠାରେ ଥିବା ଧଳା ମରୁଭୂମି ବିଷୟରେ ପ୍ରାୟତଃ ସମସ୍ତେ ଅବଗତ । କିନ୍ତୁ ପାଚାମ ଏବଂ ଖଦିର ମଧ୍ୟରେ ଥିବା ଧଳା ମରୁଭୂମି ଦେଇ ଏକ ରାସ୍ତା ବର୍ତ୍ତମାନ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି । କାରଣ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଏକ ବିସ୍ତୃତ ମରୁଭୂମି ଅଛି ଏବଂ ଏହି ବାଟଦେଇ ଯିବାବେଳେ ଲୋକମାନେ ଏକ ନିଆରା ଅନୁଭୂତି ଲାଭ କରନ୍ତି । ସେଥିପାଇଁ ଏହି ରାସ୍ତାକୁ ‘ସ୍ୱର୍ଗର ରାସ୍ତା’ ବୋଲି ମଧ୍ୟ କୁହାଯାଉଛି । ୟୁନେସ୍କୋ ଦ୍ୱାରା ବିଶ୍ୱଐତିହ୍ୟ ସ୍ଥଳ ତାଲିକାରେ ଏହାକୁ ସ୍ଥାନିତ କରାଯାଇଛି ।

କଚ୍ଛର ଲଖପାଟ ତାଲୁକା ଅନ୍ତର୍ଗତ ଗାଡୁଲିଠାରୁ ପାଟାନର ସାନ୍ତଲପୁର ତାଲୁକା ପର୍ଯ୍ୟନ୍ତ ୨୭୮ କିଲୋମିଟର ଲମ୍ବା ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ଯାହାର ୨୮ କିଲୋମିଟର ରାସ୍ତା ଏହି ଧଳା ମରୁଭୂମି ଦେଇ ଯାଇଛି । ଏହି ଜାତୀୟ ରାଜପଥ କଚ୍ଛର ପର୍ଯ୍ୟଟନସ୍ଥଳ ଏବଂ ହିନଟେରଲ୍ୟାଣ୍ଡର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ହେବ । କିନ୍ତୁ ଗତ ୪ ବର୍ଷ ଧରି ଚାଲିଥିବା କାର୍ଯ୍ୟ ଏଯାଏ ସଂପୂର୍ଣ୍ଣ ହୋଇପାରିନି।

ଭୁଜ ତାଲୁକାର ଖାଭଡା ଗାଁ ଦେଇ ଯିବା ପରେ ଏହି ରାସ୍ତା ମରୁଭୂମି ଦେଇ ଯାଇଛି। ବିସ୍ତୃତ ମରୁଭୂମି ଦେଇ ଯାଇଥିବା ଏହି ସିଧା ରାସ୍ତାଟି ମରୁଭୂମିକୁ ଦୁଇ ଭାଗରେ ବିଭକ୍ତ କରୁଛି । ମୌସୁମୀ ବର୍ଷା ଏବଂ କଚ୍ଛର ଉତ୍ତର ସମୁଦ୍ର ସୀମାରୁ ଜଳ ଆସୁଥିବାରୁ ମରୁଭୂମି ଜଳବନ୍ଦୀ ହୋଇଯାଏ। ସେହି ସମୟରେ ଜଳରେ ପରିପୂର୍ଣ୍ଣ ଏହି ମରୁଭୂମି ଦେଇ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏହି ରାସ୍ତା ମରୁଭୂମି ଏବଂ ସମୁଦ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଦିଏ । ଏହି ଅନୁଭବକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନେ ଦୂର ଦୂରାନ୍ତରୁ କଚ୍ଛକୁ ଆସୁଛନ୍ତି ।

ସୂଚନା ଅନୁଯାୟୀ, ଏହି ରାସ୍ତା କାମ ୨୦୧୯ ରେ ଆରମ୍ଭ ହୋଇଥିଲା, କିନ୍ତୁ ୪ବର୍ଷ ପରେ ମଧ୍ୟ ଏହି ରାସ୍ତାକାମ ଶେଷ ହୋଇପାରିନି । ରାସ୍ତା କାମ ଶେଷ କରିବାକୁ ଆଉ ଦୁଇ ବର୍ଷ ଲାଗିବ । ଚଳିତବର୍ଷ ପ୍ରାରମ୍ଭରେ କଚ୍ଛରେ ଅନୁଷ୍ଠିତ ଜି-୨୦ଶିଖର ସମ୍ମିଳନୀ ପାଇଁ ରାସ୍ତାର କେବଳ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ହୋଇଥିଲା। ଏହି ରାସ୍ତାରେ କାର୍ଯ୍ୟ ସମାପ୍ତ ହେବା ପରେ ରୋଡ ଟୁ ହେଭେନ ରାସ୍ତାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button