କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା – Sahana Mela

[ad_1]
ଥିରୁଭନନ୍ତପୁରମ୍: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା।ରାଜ୍ୟପାଳ ଏବଂ ରାଜଭବନର ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ ବର୍ଗକୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଲାମ ଜିଲାରେ ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍ ଇଣ୍ଡିଆର କଳାପତାକା ପ୍ରଦର୍ଶନକୁ ନେଇ ସେ ରାଗିଯାଇ ରାସ୍ତା ମଝିରେ ବସିଥିଲେ।
ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ନିକଟସ୍ଥ କୋଟାରକ୍କାରା ଯାଉଥିବା ବେଳେ ସିପିଆଇ-ଏମର ଛାତ୍ର ଶାଖା ଏସ୍ଏଫ୍ଆଇର କେତେକ କର୍ମକର୍ତ୍ତା କଳା ପତାକା ପ୍ରଦର୍ଶନ କରିଥିଲେ।ରାଜ୍ୟପାଳ ରାଗିଯାଇ ରାସ୍ତା କଡ଼ରେ ବସିଥିଲେ। ରାଜ୍ୟପାଳ ପୋଲିସ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇବା ସହ ଅନେକ ଅଭିଯୋଗ ଆଣିଥିଲେ।ରାଜ୍ୟପାଳ ପୋଲିସ କର୍ମଚାରୀଙ୍କ ସହ କଠୋର ଶବ୍ଦରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳଥିଲା। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ। ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ବସି ରହିଥିଲେ। ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ରାଜଭବନ ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
[ad_2]