ଦେଶ- ବିଦେଶ

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ୫୦ଥର ଛୁରି ଭୁସି ହତ୍ୟା – Sahana Mela

[ad_1]


ୱାଶିଂଟନ: ଆମେରିକାରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ର। କିଛିଦନ ଧରି ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମନାକୁ ଆସୁଛି। ପୁଣି ଥରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଜର୍ଜିଆରେ ବିବେକ ସାଇନିଙ୍କୁ ଛରି ଭୁଶିବା ସହ ହାତୁଡ଼ି ପଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଆକ୍ରମଣକାରୀ ସାଇନିଙ୍କୁ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫୦ଥର ଛୁରିରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଘଟଣାର ସମ୍ପୂର୍ଣ୍ଣ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି।

୨୫ବର୍ଷୀୟ ଛାତ୍ର ବିବେକ ସାଇନି ଜର୍ଜିଆର ଲିଥୋନିଆର ଏକ ଦୋକାନରେ କାମ କରୁଥିଲେ। କୁହାଯାଉଛି ଯେ ଏହି ଘଟଣା ଘଟାଇଥିବା ବ୍ୟକ୍ତି ଜୁଲିଆନ ଫାଲକନର୍ ଜଣେ ଭୂମିହୀନ ବ୍ୟକ୍ତି। ଯାହାକୁ ଭାରତୀୟ ଛାତ୍ର ସାଇନି ସାହାଯ୍ୟ କରିଥିଲେ। ସାଇନି ତାଙ୍କୁ ରହିବା ପାଇଁ ଘର ସହ ଖାଦ୍ୟ ଦେଇଥିଲେ।

WSB ଅନୁଯାୟୀ, ଜାନୁଆରୀ ୧୮ରେ ଏହି ଘଟଣା ଘଟିଛି। ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କହିଛନ୍ତି ଯେ ଜାନୁଆରୀ ୧୪ ସନ୍ଧ୍ୟାରେ ଅଭିଯୁକ୍ତ ସାଇନିଙ୍କୁ ସାହାଯ୍ୟ ମାଗିଥିଲେ। ତାଙ୍କୁ ଚିପ୍ସ, ଥଣ୍ଡା ପାନୀୟ ଓ ସେ ମାଗିଥିବା ସବୁ ଜିନିଷ ପ୍ରଦାନ କରାଯାଇଥିଲା। ସେ ତାଙ୍କୁ ଦୁଇ ଦିନ ରହିବା ପାଇଁ ବି ଦେଇଥିଲେ। କମ୍ବଳ ମାଗିଥିଲେ, ତାଙ୍କୁ ଏକ ଜ୍ୟାକେଟ୍ ଦିଆଯାଇଥିଲା। ଏହାପରେ ତାଙ୍କୁ ସେଠାରୁ ଯିବାକୁ କହିବାରୁ ସେ ବିରକ୍ତ ହୋଇଥିଲେ। ପୋଲିସ ଭୟ ଦେଖାଇବାରୁ ସେଠାରୁ ଚାଲି ଯାଇଥିଲେ। ହେଲେ ରାଗ ରଖି ସାଇନିଙ୍କୁ ଘରକୁ ଫେରିବା ବାଟରେ ଆକ୍ରମଣ କରିଥିଲେ। ତାଙ୍କୁ ହାତୁଡି ମାରିବା ସହ ପେଟରେ ୫୦ଥର ଛୁରି ଭୁସିଦେଇଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button