ଦେଶ- ବିଦେଶ

କେଜ୍ରିୱାଲଙ୍କୁ ଇଡିର ୫ମ ଡାକରା – Sahana Mela

[ad_1]


ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ସମନ୍ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମଦ ଘୋଟାଲାରେ ଇଡି କେଜ୍ରିଓ୍ବାଲଙ୍କୁ ପଚରାଉଚରା ପାଇଁ ୫ମ ଥର ସମନ ପଠାଇଛି । ଏହା ପୂର୍ବରୁ ଇଡି ୧୭ ଜାନୁୟାରୀ, ୩ ଜାନୁୟାରୀ, ୨୧ ଡିସେମ୍ବର ଏବଂ ୨ ନଭେମ୍ବରରେ ଦିଲ୍ଲୀ ସିଏମଙ୍କୁ ସମନ ପଠାଇଥିଲା । କିନ୍ତୁ ସେ ଇଡିର ଡାକରାରେ ହାଜର ହୋଇନଥିଲେ। ଇଡିପକ୍ଷରୁ ଲଗାତର ସମନ ଜାରି ହେବା ପରେ ଆପ୍ ସାମ୍ନାକୁ ଆସି କରିଥିଲା କାଉଣ୍ଟର।କହିଥିଲା କି ଏ ସମସ୍ତ ପ୍ରକ୍ରିୟା ତାଙ୍କୁ ଗିରଫ କରିବା ପାଇଁ କରାଯାଉଛି । ଦଳର କହିବା ଅନୁସାରେ ଯଦି ଇଡିକୁ ପଚରାଉଚରା କରିବାର ଅଛି ତେବେ ସେ ପ୍ରଶ୍ନ ଲେଖି କେଜ୍ରିଓ୍ବାଲଙ୍କୁ ପଠାଇପାରିବ।

ଏହାକୁ ନେଇ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ଯ ନିଜ ପ୍ରତିକ୍ରିୟା ରଖିଥିଲେ। ଇଡି ପଠାଇଥିବା ଚିଠିରେ ସେ କହିଥିଲେ ସେ ସବୁ ନିୟମ କାନୁନ ମାନିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଇଡିର ଏହି ସମନ ମଧ୍ୟ ଗତ ବର୍ଷ ଭଳି ଅବୈଧ । ଏହା କେବଳ ରାଜନୀତି ବୋଲି କହି ସେ ଫେରସ୍ତ ପାଇଁ ଅପିଲ କରିଥିଲେ । ଏହା ପୂର୍ବରୁ କେଜ୍ରିଓ୍ବାଲ କହିଥିଲେ କି ସେ ନିଜ ଜୀବନ ସଚ୍ଚୋଟତାର ସହ ଅତିବାହିତ କରନ୍ତି । ତାଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ ।

କେଜ୍ରିଓ୍ବାଲଙ୍କୁ ଯେଉଁ ମାମଲାରେ ସମନ ପଠାଯାଇଛି ସେହି ମାମଲାରେ ଆମ ଆଦମୀ ପାର୍ଟିକୁ ମଧ୍ୟ ଅଭିଯୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି । ପୂର୍ବରୁ ଲଗାତାର ଭାବେ ଏହି ଦୃଢ଼ୋକ୍ତି ପ୍ରକାଶ କରି ଆସୁଛି ଦଳ। କାରଣ ପୁରୁଣା ପୃଷ୍ଠା ଓଲଟାଇ ଦେଖିଲେ ଜଣା ପଡ଼ିବ ଯେ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ପୂର୍ବ ଡେପୁଟି ସିଏମ୍ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀରୁ ଜେଲରେ ଅଛନ୍ତି । ଗତ ବର୍ଷ ଅକ୍ଟୋବରର ପ୍ରଥମ ସପ୍ତାହରେ ଆମ ଆଦମୀ ପାର୍ଟିର ଆଉ ଜଣେ ନେତା ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଆପ୍ ନେତା ବିଜୟ ନାୟରଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ସତୈନ୍ଦ୍ର ଜୈନଙ୍କ ସହ ମଧ୍ୟ ଏହି ସମାନ କଥା ଦେଖିବାକୁ ମିଳିଥିଲା।




[ad_2]

Leave a Reply

Your email address will not be published. Required fields are marked *

Back to top button