ଦେଶ- ବିଦେଶ

Ladakh Earthquake: ଲେହରେ ଭୂକମ୍ପ ଝଟକା, ତୀବ୍ରତା ୫.୫

ଆଜି ସକାଳେ ଲଦାଖର ଲେହରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୫ ଥିବା ଜଣାପଡିଛି । ଫଳରେ ଲୋକ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା NSC ପକ୍ଷରୁ ସୂଚନା ମିଳିଛି ।  ଏହାର କେନ୍ଦ୍ରସ୍ଥଳ ୧୦ କି.ମି ଗଭୀରତାରେ ଥିବା ଜଣାପଡିଛି । ସକାଳୁ ଲୋକମାନେ ଶୋଇଥିବା ସମୟରେ ହଠାତ୍ ଭୂକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ପୁଣି ଭୂକମ୍ପ ହୋଇପାରେ ବୋଲି ଲୋକେ ଭୟରେ ଘରକୁ ଯାଉନାହାଁନ୍ତି ।  ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କ ସମ୍ପତ୍ତି କିମ୍ବା ଜୀବନ କ୍ଷତିର କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ  ।

 

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ କଲମ୍ବିଆରେ ଭୟଙ୍କର ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୭.୭ ଥିଲା । ଯେଉଁଥିରେ ୨୫୪ଜଣରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ । ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ । ଫଳରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Back to top button