ଦେଶ- ବିଦେଶ

ହେମନ୍ତ ଗିରଫ, ଦୀର୍ଘ ସମୟ ଜେରା ପରେ ଇଡ଼ିର କାର୍ଯ୍ୟାନୁଷ୍ଠାନ – Sahana Mela

[ad_1]


ନୂଆଦିଲ୍ଲୀ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ। ଦୀର୍ଘ ସମୟ ଜେରା ପରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡ଼ି। ମିଳିଥିବା ସୂଚନା ଅନୁଯାୟୀ କଥିତ ଜମି ଦୁର୍ନିତୀରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡ଼ି। ପାଖାପାଖି ୭ ଘଣ୍ଟା ଜେରା ପରେ ହେମନ୍ତଙ୍କୁ ଗିରଫ କରିଛି ଇଡ଼ି। ସେପଟେ ରାଜଭବନ ପହଞ୍ଚି ହେମନ୍ତ ସୋରେନ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଜେରା ସମୟରେ ହେମନ୍ତ ସୋରେନଙ୍କ ଉତ୍ତରରେ ଇଡି ଅଧିକାରୀ ସନ୍ତୁଷ୍ଟ ନଥିଲେ। ହେମନ୍ତ ସୋରେନ୍ ଏପର୍ଯ୍ୟନ୍ତ ତଦନ୍ତରେ କେବଳ ହଁ ଓ ନାରେ ଉତ୍ତର ରଖିଛନ୍ତି। ଇଡି ଅଧିକାରୀମାନେ ହେମନ୍ତ ସୋରେନଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି। ଅନେକ ପ୍ରଶ୍ନ ଶୁଣିବା ପରେ ହେମନ୍ତ ସୋରେନ୍ ଇଡି ଅଧିକାରୀଙ୍କ ଉପରେ ରାଗିଥିଲେ। ଏହି ସମୟରେ, ରାଞ୍ଚିର ଅନେକ ଅଞ୍ଚଳରେ ଧାରା ୧୪୪ ବଳବତ୍ତର ରହିଛି। ସିଏମ୍ ହାଉସ୍ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ମାଇକିଂ ​​ମଧ୍ୟ କରାଯାଉଛି।




[ad_2]

Leave a Reply

Your email address will not be published. Required fields are marked *

Back to top button