ରାଜନୀତି

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ – Sahana Mela

[ad_1]


ରାଞ୍ଚି: ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କେତେ ଜଣ ଶପଥ ନେବେ, ସେ ନେଇ କୌଣସି ସୂଚନା ମିଳିନାହିଁ । ଆଜି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ ।

ଅପରପକ୍ଷେ, ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ରିମାଣ୍ଡ ଶୁଣାଣି ରହିଛି । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି । ତେବେ କେତେଦିନ ପାଇଁ ରିମାଣ୍ଡ ମିଳୁଛି ଆଜି ତାହା ଜଣାପଡିବ । ହେମନ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଛାନଭିନ ଚଳାଇବ ଇଡି ।



[ad_2]

Leave a Reply

Your email address will not be published. Required fields are marked *

Back to top button