ରାଜନୀତି

କଂଗ୍ରେସର ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆରମ୍ଭ କଲେ ପ୍ରଚାର ପ୍ରସାର – Sahana Mela

[ad_1]


ବରଗଡ଼: ଲୋକସଭା ଆସନ ପାଇଁ କଂଗ୍ରେସର ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇ ଆଜି କଂଗ୍ରେସ କର୍ମୀ ମାନଙ୍କ ସହିତ ବରଗଡ଼ ତଳିପଡ଼ା ସ୍ଥିତ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି। ଦେବୀ ମାଁଙ୍କଠାରେ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପରେ ଆଜି ଇଦ୍ ଅବସରରେ ମସଜିଦକୁ ଯାଇ ମୁସଲମାନ ଭାଇମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇ ତାଙ୍କର ପ୍ରଥମ ପ୍ରଚାର ଆରମ୍ଭଥିଲେ।

ତେବେ ୨୦୦୯ରେ ବିପୁଳ ଭୋଟରେ ବିଜୟ ମୁକୁଟ ପିନ୍ଧି ବରଗଡ଼ ଲୋକସଭା ଆସନକୁ ଅକ୍ତିଆର କରିଥିବା ସଞ୍ଜୟ ଭୋଇ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥରେ କଂଗ୍ରେସ ପକ୍ଷରୁ ଦଳୀୟ ଟିକେଟ ପାଇ ନିର୍ବାଚନୀ ମୈଦାନକୁ ଓହଲ୍ଲlଇଛନ୍ତି । ୨୦୧୪ ନିର୍ବାଚନରେ ସଞ୍ଜୟ ଭୋଇଙ୍କ ଶୋଚନୀୟ ପରାଜୟ ପରେ ୨୦୧୯ ଲୋକସଭା ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରଦୀପ ଦେବତାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ୨୦୧୯ରେ କଂଗ୍ରେସ ଦଳର ଲଗାତାର ଦୁଇଥର ପରାଜୟ ପରେ ଚଳିତ ୨୦୨୪ ନିର୍ବାଚନରେ ପୁଣି ଦଳ ଭରସା କରି ସଞ୍ଜୟ ଭୋଇଙ୍କୁ ଲୋକସଭା ପ୍ରାର୍ଥୀ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button