ଦେଶ- ବିଦେଶ

ସରିଲା ମାଳଦ୍ୱୀପ-ଭାରତ ବୈଠକ, କ’ଣ ବାହାରିଲା ନିଷ୍କର୍ସ? – Sahana Mela

[ad_1]

ନୂଆଦିଲ୍ଲୀ: ବିବାଦ ଭିତରେ ମାଳଦ୍ୱୀପ-ଭାରତ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ବୈଠକରେ ମାଳଦ୍ୱୀପରୁ ଭାରତୀୟ ସେନା ହଟାଇବା ନେଇ ଆଲୋଚନା ହୋଇଛି।

ସୂଚନା ଅନୁସାରେ ମାଳଦ୍ୱୀପ ମାଟିରେ ନିୟୋଜିତ ଥିବା ଭାରତୀୟ ସେନା ବାହିନୀର ଉପସ୍ଥିତି ଏବଂ କାର୍ଯ୍ୟକଳାପ ସମ୍ବନ୍ଧରେ ପାରସ୍ପରିକ ବ୍ୟବହାରିକ ସମାଧାନ ଖୋଜିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ।

ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନରେ ଜଣାପଡିଛି ଯେ ମାଳଦ୍ୱୀପର ନାଗରିକଙ୍କୁ ମେଡିକାଲ ସେବା ଏବଂ ମାନବୀୟ ସେବା ଯୋଗାଉଥିବା ଭାରତୀୟ ସେନା ସେମାନଙ୍କ କାର୍ଯ୍ୟ ଜାରି ରଖିବେ । ଆଲୋଚନା ହୋଇଛି ସତ, ହେଲେ ସେନା ପ୍ରତ୍ୟାହାର ନେଇ କଣ ନିଷ୍ପତି ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ଅନୁସାରେ ପାଖାପାଖି ଦୁଇ ସପ୍ତାହରୁ ଅଧିକ ସମୟ ପରେ ଦିଲ୍ଲୀରେ ଭାରତ-ମାଳଦ୍ୱୀପ ଉଚ୍ଚସ୍ତରୀୟ କୋର ଗ୍ରୁପର ଦ୍ୱିତୀୟ ବୈଠକ ଚାଲିଛି। କେବଳ ଭାରତ ବୋଲି ନୁହେଁ ଏହାପୂର୍ବରୁ ମାଳଦ୍ୱୀପରେ ମଧ୍ୟ କରାଯାଇଥିଲା ବୈଠକ, କିନ୍ତୁ କୌଣସି ନିର୍ଯାସ ବହାରିପାରିନି।

ପୂର୍ବ କଥା ଉପରେ ଯଦି ନଜର ପକାଇବା ତେବେ ଗତ ମାସରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଥିଲେ ମାର୍ଚ୍ଚ ୧୫ସୁଦ୍ଧା ସମସ୍ତ ଭାରତୀୟ ସୈନ୍ୟଙ୍କୁ ତାଙ୍କ ଦେଶରୁ ପ୍ରତ୍ୟାହାର କରାଯାଉ। କାରଣ ହେଲିକପ୍ଟର ଏବଂ ଗୋଟିଏ ବିମାନ ଚଳାଇବା ପାଇଁ ମାଳଦ୍ୱୀପରେ ନିୟୋଜିତ ହୋଇଛନ୍ତି ଭାରତୀୟ ସେନା। ପ୍ରାୟ ୮୦ଜଣ ଭାରତୀୟ ସୈନିକ ମୁଖ୍ୟତଃ ଦୁଇଟି ଏହି ସୈନ୍ୟ ମାନେ ମେଡିକାଲ ଉପକରଣ ଏବଂ ମାନବିକ ମିଶନ ଦିଗରେ କାର୍ଯ୍ୟ କରୁଛନ୍ତି ।

ସେପଟେ ନଭେମ୍ବରରେ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ବୈଦେଶିକ ସଂପର୍କ ଦେଖିଲେ ମାଳଦ୍ୱୀପ ସହ ଚୀନର ସମ୍ପର୍କ ଭାରି ଭଲ। ଯେଉଁଥି ପାଇଁ ସେ ଭାରତ ସହ ହୋଇଥିବା ତିକ୍ତତା ପରେ ଚୀନ ମୁଁହା ହୋଇଛି। ଚୀନ ସମର୍ଥକ ଭାବେ ପରିଚିତ ମହମ୍ମଦ ମୁଇଜ୍ଜୁ କାର୍ଯ୍ୟଭାର ସମ୍ଭାଳିବା ପରେ କହିଥିଲେ ଯେ ଭାରତୀୟ ସେନାଙ୍କୁ ଦେଶରୁ ବିତାଡିତ କରିବା ପାଇଁ ନିର୍ବାଚନରେ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ନିଶ୍ଚିତ ଭାବେ ପାଳନ କରିବେ ।

ଭାରତର ଭୌଗଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମହାସାଗରରେ ମାଳଦ୍ୱୀପ ହେଉଛି ଅନ୍ୟତମ ପ୍ରମୁଖ ସାମୁଦ୍ରିକ ପଡୋଶୀ ଏବଂ ପ୍ରତିରକ୍ଷା ତଥା ନିରାପତ୍ତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ପୂର୍ବ ସରକାରଙ୍କ ଅଧୀନରେ ଅଗ୍ରଗତି କରିଛି । ତେବେ ଏହି ଦୁଇ ଦେଶର ମୁଖ୍ୟଙ୍କର ଆଲୋଚନା କେଉଁ ସମ୍ପର୍କ ସ୍ଥାପନା କରିବ ତାହାକୁ ହିଁ ଅପେକ୍ଷା।

[ad_2]

Leave a Reply

Your email address will not be published. Required fields are marked *

Back to top button