ଦେଶ- ବିଦେଶ

ଆଇଏସଆଇକୁ ଗୁପ୍ତତଥ୍ୟ ଦେବା ଅଭିଯୋଗରେ ମସ୍କୋରେ ନିଯୁକ୍ତ ଭାରତୀୟ ଦୂତାବାସ କର୍ମଚାରୀ ଗିରଫ – Sahana Mela

[ad_1]


ନୂଆଦିଲ୍ଲୀ: ମସ୍କୋରେ ଥିବା ଭାରତୀୟ ଦୂତାବାସର ଜଣେ କର୍ମଚାରୀଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ଆତଙ୍କବାଦ ବିରୋଧୀ ସ୍କ୍ବାଡ । ଶତ୍ରୁଦେଶ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ କର୍ମଚାରୀ ହେଲେ ସତେନ୍ଦ୍ର ସିୱାଲ । ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମଲ୍ଟି ଟାସ୍କିଂ ଷ୍ଟାଫ୍ ଭାବରେ କାମ କରୁଥିଲେ ।

ଆଇଏସ୍ଆଇ ହ୍ୟାଣ୍ଡେଲର୍ସ ମାନେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରଲୋଭିତ କରୁଥିଲେ । ଏବା ବଦଳରେ ସେମାନେ ଭାରତୀୟ ସେନା ସହ ଜଡିତ ସମ୍ବେଦନଶୀଳ ସୂଚନା ମାଗୁଥିଲେ। ତେବେ ଏହି ଗୁପ୍ତଚର ନେଟୱାର୍କରେ ସାମିଲ ହୋଇଥିଲେ ସତେନ୍ଦ୍ର ସିୱାଲ। ସେ ହାପୁରର ଶାହାମହିଉଦ୍ଦିନପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି।
ସେ ଗୁପ୍ତଚର କାର୍ଯ୍ୟକଳାପରେ ଜଡିତ ଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

ସତେନ୍ଦ୍ର ସିୱାଲ ୨୦୨୧ ପରଠାରୁ ମସ୍କୋରେ ଥିବା ଭାରତୀୟ ଦୂତାବାସରେ ଭାରତ ଭିତ୍ତିକ ସୁରକ୍ଷା ସହାୟକ (ଆଇବିଏସଏ) ଭାବରେ କାର୍ଯ୍ୟ କରୁଥିଲେ । ଟଙ୍କା ଲୋଭରେ ଆସି ସେ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକର ରଣନୀତିକ କାର୍ଯ୍ୟକଳାପ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବା ଜଣାପଡିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button